fbpx
BJD SKY
BJD SKY

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହେଲେ ୩ସନ୍ଦିଗ୍ଧ

BJD

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜର ହତ୍ୟା ମାମଲାରେ ଶୁକ୍ରବାର ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି କାନାଡା ପୋଲିସ। ଗିରଫ ୩ ସନ୍ଦିଗ୍ଧଙ୍କୁ ଭାରତୀୟ ନାଗରିକ ବୋଲି କହିଛି କାନାଡା। ସେମାନେ ହେଲେ କରଣ ବ୍ରାର (୨୨), କମଲପ୍ରୀତ ସିଂହ (୨୨) ଓ କରନପ୍ରୀତ ସିଂହ (୨୮)। ଏହି ତିନି ଜଣ ପ୍ରାୟ ୩ରୁ ୫ ବର୍ଷ ହେବ ଆଲବର୍ଟାର ଏଡମଣ୍ଟନରେ ରହୁଥିଲେ। ଆରସିଏମପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦିଆଯାଇଛି। କାନାଡା ପୋଲିସ କହିଛି ଯେ ତାଙ୍କ ବିରୋଧରେ ଫାଷ୍ଟ ଡିଗ୍ରୀ ହତ୍ୟା ଏବଂ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ପୋଲିସ କହିଛି ଯେ ତଦନ୍ତ ଆରମ୍ଭ ହେବା ପୂର୍ବରୁ ସେମାନେ ସେମାନଙ୍କୁ ଜାଣି ନଥିଲେ।

ଆଇଆଇଆଇଟି ର ଅଧିକାରୀ ତଥା ଅଧୀକ୍ଷକ ମନଦୀପ ମୁକର ଏବଂ ଆରସିଏମପି ସହକାରୀ କମିଶନର ଡେଭିଡ୍ ଟେବଉଲ ଏବଂ ବ୍ରାୟନ ଏଡୱାର୍ଡସ ସାମ୍ବାଦିକଙ୍କ ସହ କଥାବାର୍ତ୍ତାରେ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ନିଶ୍ଚିତ କରିଛନ୍ତି। ସର୍ଚ୍ଚ ଅପରେସନ୍ ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। କାନାଡା ଏହି ତିନି ଜଣଙ୍କୁ ଭାରତୀୟ ନାଗରିକ ବୋଲି ବର୍ଣ୍ଣନା କରୁଛି। ଜୁନ୍ ୨୦୨୩ ରେ କାନାଡାର ବ୍ରିଟିଶ କଲମ୍ବିଆରେ ଥିବା ଏକ ଗୁରୁଦ୍ୱାର ବାହାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡା ଏହି ହତ୍ୟାକାଣ୍ଡ ପାଇଁ ଭାରତକୁ ଦାୟୀ କରିଛି।

 

Get real time updates directly on you device, subscribe now.