fbpx
BSKY
BJD SHG SKY
BJD YOUTH SKY

ଦିଲ୍ଲୀ ମଦ ଦୁର୍ନିତି ମାମଲା; କେଜ୍ରିୱାଲଙ୍କୁ ଜାମିନ୍!, ଆବେଦନ ଉପରେ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ବହୁର୍ଚ୍ଚିତ ମଦ ଦୁର୍ନିତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିପାରେ ଆଶ୍ୱସ୍ତିକର ଖବର । ବିଚାରଧୀନ ଅନ୍ତରୀଣ ଜାମିନ୍ ଆବେଦନ ଉପରେ ହୋଇପାରେ ଆଲୋଚନା । ଚଳିତ ନିର୍ବାଚନକୁ ଆଖି ଆଗରେ ରଖି ଅନ୍ତରୀଣ ଜାମିନ୍ ଆବେଦନ ଉପରେ ବିଚାର କରାଯାଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦିପଙ୍କର ଦପ୍ତାରଙ୍କୁ ନେଇ ଗଠିତ ଖଣ୍ଡପୀଠରେ କହିଛନ୍ତି ଆସନ୍ତା ୭ ତାରିଖରେ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ । ଏ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ କେଜ୍ରିଓା୍ୱଲାଙ୍କ ଓକିଲଙ୍କୁ ସଜାଗ ରହିବା ଲାଗି କୁହାଯାଇଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଗିରଫ ଦାରିକୁ ଏଡେଇ ଦେବା ପାଇଁ ତଳ କୋର୍ଟ ଖାରଜ କରିବାପରେ ସୁପ୍ରକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିଓା୍ୱଲା । ଏହି ନେତା ହୋଉଛନ୍ତି ଅପ୍ ର ମୁଖ୍ୟ ନେତୃତ୍ୱ । ଏହା ପୂର୍ବରୁ ମଦ ଦୁର୍ନିତୀ ମାମଲାରେ ମନିସ ସିସୋଦିଆ ଏବଂ ସଞ୍ଜୟ ସିଂ କୁ ଇଡି ଗିରଫ କରିଥିଲା । ଆସନ୍ତା ୭ ତାରିଖରେ କୋର୍ଟ ଏହି ମମଲାର ଶୁଣାଣି କରିବେ । ଏହି ମମଲାର ଶୁଣାଣିଟି ଅନେକ ଦିନ ଲାଗିପାରେ , ତେବେ ଅନ୍ତରୀଣ ଜାମିନ୍ ଉପରେ କୋର୍ଟ ବିଚାର କରିବ ବୋଲି କହିଛି ।

Get real time updates directly on you device, subscribe now.