fbpx

(Video) ଦଳ ବଦଳିଛି, କିନ୍ତୁ କମିନି କ୍ରେଜ… ଅନୁଭବ କହିଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ…

AAKASH

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇସାରିଛି । ରାଜ୍ୟରେ ବିଜେଡି-ବିଜେପି ଲଢେଇ ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । କିଏ ମାରିବ ବାଜି ଆଉ କିଏ ଗଢିବ ସରକାର, ଚାଲିଛି ରାଜନୀତି ଯୁଦ୍ଧ । କିନ୍ତୁ ୟା ଭିତରେ ନେତା-ପ୍ରାର୍ଥୀଙ୍କ ବୟାନ ବି ଲଢେଇ ନିଆଁରେ ଘିଅ ଢାଳୁଛି । ପ୍ରତିପକ୍ଷ ଦଳର ବୟାନବାଜି ଓ ଘୋଷଣା ତଥା ପ୍ରତିଶ୍ରୁତିକୁ ନେଇ ଦଳ ଭିତରେ ଚାଲିଛି ବାକ୍ ଯୁଦ୍ଧ । ଭି.କେ ପାଣ୍ଡିଆନ୍ ଏବଂ ସମ୍ବିତ ପ୍ରାତ୍ରଙ୍କ ବୟାନ ପରେ ଏବେ ଅନୁଭବ ମହାନ୍ତିଙ୍କ ବୟାନ ସାରା ଓଡ଼ିଶା ରାଜନୀତିରେ ଚହଳ ସୃଷ୍ଟି କରିଛି । ଆସନ୍ତା ଜୁନ୍ ୧୦ ତାରିଖରେ ଓଡ଼ିଶାରେ ଜଣେ ନୂଆ ତଥା ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଛନ୍ତି ଅନୁଭବ ।

ଓଡ଼ିଶା ଦେଖିବ ଜଣେ ନୂଆ ମୁଖ୍ୟମନ୍ତ୍ରୀ । ୧୦ ଜୁନରେ ଏହି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଯାହାଙ୍କୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଆଉ କେହି ନୁହଁନ୍ତି ସେ ଆମ ଓଡ଼ିଆ ପୁଅ । ଇସାରା ଇସାରାରେ ମୁଖ୍ୟମନ୍ତ୍ରୀ କିଏ ହେବ କହି ଦେଇଛନ୍ତି ବିଜେପି ନେତା ଅନୁଭବ ମହାନ୍ତି । ରାଜନୈତିକ ପ୍ରଚାରରେ ଏମିତି ଗହଳି ଆଗରୁ ଦେଖିବାକୁ ମିଳିନଥଲା । ହଜାର ହଜାର ଲୋକଙ୍କ ଭିଡ଼ରେ ପହଞ୍ଚି ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରିଛନ୍ତି ଓଲିଉଡର ସୁପରଷ୍ଟାର ଅନୁଭବ । ଜନତାଙ୍କ ଗହଳି ଆଉ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସଭାସ୍ଥଳୀ । ପୁରା ଓଡ଼ିଶା ଦେଖିଲା ଅନୁଭବ ମହାନ୍ତିଙ୍କ କ୍ରେଜ ଏବେ ବି ରହିଛି । ତେବେ ,ହି ମଞ୍ଚରେ ଅନୁଭବ କହୁ କହୁ ଏକ ବଡ଼ କଥା କହି ଦେଇଛନ୍ତି । ଆସନ୍ତା ଜୁନ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ ବୋଲି ଅନୁଭବ ଦମ୍ଭର ସହ କହିଛନ୍ତି ।

ବିଜେଡିରୁ କୋଣ ଠେସା ହେବା ପରେ ବିଜେପିରେ ସାମିଲ ହୋଇଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ହେଲେ ବିଜେପି ତାଙ୍କୁ କୌଣସି ବି ଆସନରୁ ଟିକେଟ ଦେଲା ନାହିଁ । ସମସ୍ତେ ଭାବିଥିଲେ ଅନୁଭବ ମହାନ୍ତିଙ୍କର କ୍ରେଜ ଆଉ ନାହିଁ ବୋଲି । ଲୋକ ମାନଙ୍କର ସମର୍ଥନ ଅନୁଭବଙ୍କୁ ମିଳିବ ନାହିଁ ବୋଲି ସମସ୍ତେ ଭାବି ନେଇଥିଲେ । କିନ୍ତୁ ଓଲିଉଡର ସୁପରଷ୍ଟାର ଏବେ ବି ଓଡ଼ଆଙ୍କ ହୃଦୟରେ ବସିଛନ୍ତି ବୋଲି ପ୍ରମାଣ କରିଦେଇଛି ଜଳେଶ୍ୱରରେ ଅନୁଭବଙ୍କ ପ୍ରଚାର । ଏମିତି ଜନ ସମୁଦ୍ର କେବଳ ଅନୁଭବଙ୍କ ପାଇଁ ହୋଇଛି । ହଜାର ହଜାର ଲୋକ ଅନୁଭବଙ୍କୁ ଦେଖିବା ପାଇଁ ଛୁଟି ଆସିଛନ୍ତି । ଏଭଳି ଜନସମୁଦ୍ର ଦେଖିବାକୁ ମିଳିଥିଲା ଜଳେଶ୍ୱର ଶିଖରପୁର ପଡ଼ିଆରେ ।

ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏବଂ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ପହଞ୍ଚିିଥିଲେ । ଜନସାଧାରଣଙ୍କ ଠାରୁ ଦୁଇଟି ଭୋଟ ପାଇଁ ଭିକ୍ଷା କରିଥିଲେ ଅନୁଭବ ମହାନ୍ତି । ତେବେ ଯୁବ ସମାବେଶରେ ହଜାର ହାଜର ଯୁବକ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ଛୁଟି ଆସିଥିଲେ ।

Get real time updates directly on you device, subscribe now.