fbpx

CUET UG ୨୦୨୪: ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ବୃଦ୍ଧି ଘୋଷଣା କଲା NTA

ନୂଆଦିଲ୍ଲୀ: ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) ୟୁଜି ୨୦୨୪ର ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ସିୟୁଇଟଇ ୟୁଜିର ଆବେଦନର ସଂଶୋଧନ କରିବା ପାଇଁ ଅନ୍ତିମ ତାରିଖ ଏପ୍ରିଲ ୭ ରହିଥିଲା । ଏବେ ପ୍ରାର୍ଥୀମାନେ ଏପ୍ରିଲ ୮ ତାରିଖ ରାତି ୧୧.୫୦ ପର୍ଯ୍ୟନ୍ତ ନିଜ ନିଜର ଆପ୍ଲିକେସନ କରେକ୍ସନ କରି ପାରିବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଅଫିସିଆଲ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଏ ବାବଦରେ ଅଧିକ ସୂଚନା ପାଇ ପାରିବେ ।

ତେବେ ଏହା ୱାନ ଟାଇମ୍ ଫାସିଲିଟି ଅଟେ । ତେଣୁ ପ୍ରାର୍ଥୀମାନେ ଏହାକୁ ଭାବିଚିନ୍ତି ଉପଯୋଗ କରିବା ଆବଶ୍ୟକ । ପରବର୍ତ୍ତୀ ସମୟରେ କୌଣସି ପରିସ୍ଥିତିରେ ବି ପ୍ରାର୍ଥୀଙ୍କୁ ଆପ୍ଲିକେସନ ସଂଶୋଧନ କରିବାର ସୁଯୋଗ ମିଳିବ ନାହିଁ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି । ଯଦି ଏ ସମ୍ବନ୍ଧରେ କୌଣସି ସମସ୍ୟା ଦେଖାଦିଏ ବା ୱେବସାଇଟରେ କୌଣସି ସୂଚନା ମିଳେ ନାହିଁ, ତେବେ ଆପଣମାନେ [email protected]କୁ ମେଲ କରି ପାରିବେ ବୋଲି କୁହାଯାଇଛି । ଏଥିସହିତ ହେଲପଲାଇନ୍ ନମ୍ବର ୯୧-୧୧-୪୦୭୫୯୦୦୦କୁ ମଧ୍ୟ ସମ୍ପର୍କ କରିପାରିବେ ।

ଲିଙ୍କ: https://exams.nta.ac.in/CUET-UG

Get real time updates directly on you device, subscribe now.