fbpx
BJD SKY
BJD SKY

କାହାର ମୃତ୍ୟୁ ପରେ ଭୋଟର ତାଲିକାରୁ କିପରି ହଟାଇବେ ନାଁ ? ଜାଣନ୍ତୁ ପୁରା ଡିଟେଲ୍ସ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ନିର୍ବାଚନୀ ମାହୋଲ । ଚଳିତ ବର୍ଷ ମୋଟ୍ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ୨ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ଆସନ୍ତା ମେ ୭ରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ମୋଟ୍ ୯୪ଟି ଲୋକସଭା ଆସନରେ ମତଦାନ ହେବ । ଗ୍ରୀଷ୍ମ ପ୍ରବାହ ତଥା ଭୋଟରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଅନଲାଇନ୍ ସୁବିଧା ଉପଲବ୍ଧ କରାଇଛନ୍ତି । ବର୍ତ୍ତମାନ ନିର୍ବାଚନ ସମୟରେ କିମ୍ବା ପୂର୍ବରୁ କୌଣସି ଭୋଟରଙ୍କ ମୃତ୍ୟୁ ହେଲେ ଅନଲାଇନ୍ ମାଧ୍ୟମରେ ଭୋଟର ତାଲିକାରୁ ସେମାନଙ୍କ ନାଁ ହଟାଯାଇପାରିବ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ପ୍ରକ୍ରିୟା ।

ନିର୍ବାଚନ କମିଶନ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ବ୍ୟକ୍ତି ଭୋଟର ପଞ୍ଜୀକରଣ ବାତିଲ କରିବାର ୪ଟି କାରଣ ଥାଇପାରେ । ପ୍ରଥମ ଯଦି ସେହି ଭୋଟର ଜଣଙ୍କ ଅନ୍ୟ ସହରକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି, ଦ୍ୱିତୀୟ ତାଙ୍କ ପାଖରେ ଅନ୍ୟ ଦେଶର ନାଗରିକତା ରହିଛି, ତୃତୀୟ ଭୋଟରଙ୍କ ପାଖରେ ଗୋଟିଏରୁ ଅଧିକ ଭୋଟର କାର୍ଡ଼ ରହିଛି ଏବଂ ଚତୁର୍ଥ ଭୋଟରଙ୍କ ମୃତ୍ୟୁ ହୋଇଯାଇଥିଲେ । ଏଭଳି ସ୍ଥିତିରେ ଭୋଟର କାର୍ଡ଼ ବାତିଲ କରିବା ପାଇଁ
୧. ପ୍ରଥମେ ନିର୍ବାଚନ କମିଶନର ଅଧିକାରିକ ୱେବସାଇଟ୍ https://voters.eic.gov.inରେ ଲଗ୍ ଇନ୍ କରନ୍ତୁ ।

୨. ଏହା ପରେ ‘Objection for proposed inclusion/deletion of name in existing roll’ ବିକଳ୍ପ ଚୟନ କରିବାକୁ ପଡ଼ିବ ।

୩. ଏହା ପରେ ସ୍କ୍ରିନରେ ଫର୍ମାଟ ୭ ନାମକ ଏକ ଫର୍ମ ଦେଖାଯିବ । ଏଥିରେ ଭୋଟର ପଞ୍ଜୀକରଣ ବାତିଲ କରିବା ପାଇଁ କିଛି ସୂଚନା ଦିଆଯାଇଥିବ ।

୪. ଏହା ପରେ ଭୋଟର ପଞ୍ଜୀକରଣ ବାତିଲ କରିବା ପାଇଁ କାରଣ ପ୍ରଦର୍ଶିତ ହେବ । ନିର୍ଦ୍ଧାରିତ କାରଣ ଚୟନ କରିବା ପରେ ଏକ କାପ୍‌ଚା କୋଡ୍ ପୂରଣ କରି ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

ଅନଲାଇନ୍ ଚେକ୍ କରନ୍ତୁ ଆପ୍ଲିକେସନ୍ ଷ୍ଟାଟସ୍‌

ଆପଣ ସମ୍ପୂର୍ଣ୍ଣ ବିବରଣୀ ଦେଇ ଫର୍ମ ପୁରଣ କରିବା ପରେ ସ୍କ୍ରିନରେ ଏକ ରେଫେରେନ୍ସ ନମ୍ବର ଦେଖାଇବ । ଏହି ରେଫେରେନ୍ସ ନମ୍ବର ନୋଟ୍ କରନ୍ତୁ । ଏହା ମାଧ୍ୟମରେ ଅନଲାଇନ୍ ଆପ୍ଲିକେସନର ସ୍ଥିତି ଚେକ୍ କରିପାରିବେ । ତେବେ କହିରଖୁଛୁ ଭୋଟର ପଞ୍ଜୀକରଣ ବାତିଲ ହେବା ପାଇଁ ୭ରୁ ୧୦ ଦିନ ସମୟ ଲାଗିଥାଏ । ଅପରପକ୍ଷରେ ଆପଣ ଅଫଲାଇନ୍ ଆବେଦନ କରିବାକୁ ଚାହୁଁଥିଲେ ଆଞ୍ଚଳିକ ବିଏଲ୍‌ଓଙ୍କ ସହ ସମ୍ପର୍କ କରିପାରିବେ ।

Get real time updates directly on you device, subscribe now.