fbpx
BSKY
BJD SHG SKY
BJD YOUTH SKY

(Video) ଅନ୍ତିମ ସଂସ୍କାର ବେଳେ ମାଡ଼ି ଆସିଲେ ହଜାର ହଜାର ମହୁମାଛି; ଶବ ଛାଡ଼ି ପଳାଇଲେ ପ୍ରିୟଜନ

ଜଳେଶ୍ଵର: ( ଓଡ଼ିଶା ଭାସ୍କର ) ଶବ ସତ୍କାର ପାଇଁ ଯାଇ ଥିଲେ ହଠାତ୍ ମାଡ଼ି ଆସିଲେ ମହୁମାଛି ପଲ । ଶବ ଛାଡ଼ି ପଳାଇଲେ ସତ୍କାର ପାଇଁ ଆସିଥିବା ଲୋକେ । ମହୁ ମାଛି ଆକ୍ରମଣ ରେ ୬ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜଳେଶ୍ଵର ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଜଳେଶ୍ଵର ବ୍ଲକ ଡେମୁରିଆ ଗ୍ରାମ ରେ ଅନନ୍ତ ଜେନା ନାମକ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଗତ ରାତିରେ ମୃତ ହୋଇଥିଲା । ପରିବାର ଓ ସାହି ପଡ଼ିଶା ଏକଜୁଟ ହେବା ପରେ ଆଜି ସକାଳୁ ଶବ ସତ୍କାର କରିବା ପାଇଁ ବାହାରି ଥିଲେ ।

ଶ୍ମଶାନ ପହଞ୍ଚିବା ପରେ ଶବ ଦାହ ପାଇଁ ପ୍ରସ୍ତୁତି ହେଉ ହେଉ ହଠାତ୍ ମହୁ ମାଛି ଦଳ ମାଡ଼ି ଆସି ଆକ୍ରମଣ କରିଥିଲେ । ଫଳରେ ଶବ ସତ୍କାର ପାଇଁ ଆସିଥିବା ଲୋକେ ଶବକୁ ଛାଡ଼ି ଦୌଡ଼ି ପଳାଇ ଆସିଥିଲେ । ଏହି ମହୁମାଛିଙ୍କ ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଆଣି ଭର୍ତ୍ତି କରାଯାଇଛି । ଖବର ନାମ୍ପୋ ଫାଣ୍ଡି ଘଟଣା ସ୍ଥଳରେ ପହଞ୍ଚିଛି ।

Get real time updates directly on you device, subscribe now.