fbpx
BJD SKY
BJD SKY

ରାହୁଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ପାକିସ୍ତାନୀ ନେତା, କହିଲେ ରାହୁଲ ହିଁ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ

BJD

ନୂଆଦିଲ୍ଲୀ:ପାକିସ୍ତାନରେ ଇମରାନ୍ ଖାନ୍ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଚୌଧରୀ ଫବାଦ ହୁସେନ ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି । ସେ ରାହୁଲଙ୍କ ତୁଳନା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ସହ କରିଛନ୍ତି । ଏହା ବ୍ୟତିତ ସେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତୀୟଙ୍କ ସଂପତ୍ତିକୁ ନେଇ ଉଠାଯାଇଥିବା ପ୍ରସଙ୍ଗକୁ ବି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପାକିସ୍ତାନରେ ବି ସମାନ ଅବସ୍ଥା ରହିଛି ।

ଫବାଦ ହୁସେନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ରାହୁଲ ଗାନ୍ଧୀ ନିଜ ପରଜେଜେଙ୍କ ପରି ହିଁ ସମାଜବାଦୀ ଅଟନ୍ତି । ବିଭାଜନର ୭୫ ବର୍ଷ ପରେ ଭାରତ ଓ ପାକିସ୍ତାନର ସମସ୍ୟା ସମାନ ରହିଛି । ରାହୁଲ ସାହେବ କାଲି ନିଜ ଭାଷଣରେ କହିଥିଲେ କି ଭାରତରେ ୩୦ କିମ୍ବା ୫୦ ପରିବାର ନିକଟରେ ଦେଶର ୭୦% ସଂପତ୍ତି ରହିଛି । ପାକିସ୍ତାନରେ ବି ଅବସ୍ଥା ସମାନ । ଏଠାରେ କେବଳ ପାକିସ୍ତାନ ବିଜନେସ୍ କାଉନସିଲ୍ ନାମକ ଏକ ବିଜନେସ୍ କ୍ଲବ ଓ କିଛି ରିଅଲ୍ ଇଷ୍ଟେଟ୍ ସେଠ୍‌ଙ୍କ ପାଖରେ ପାକ୍ ସଂପତ୍ତିର ୭୫% ରହିଛି । ସଂପତ୍ତିର ଉଚିତ ବିତରଣ ପୁଞ୍ଜିବାଦରେ ସବୁଠାରୁ ବଡ ଆହ୍ୱାନ ।

ଏହା ପୂର୍ବରୁ ମଧ୍ୟ ଗୁରୁବାର ଫବାଦ ହୁସେନ୍ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ଓ ତାଙ୍କ ପ୍ରଶଂସା କରିଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିଜେପିର ବହୁ ନେତା କଡା ସମାଲୋଚନା କରିଥିଲେ ।

Get real time updates directly on you device, subscribe now.