fbpx
BJD SKY
BJD SKY

ଜୁନ୍ ୯ରେ ହେବ ମିଳିତ ବୈଷୟିକ ସେବା ନିଯୁକ୍ତି-୨୦୨୩ ପ୍ରିଲିମିନାରୀ ପରୀକ୍ଷା: ଓଏସଏସସି ପକ୍ଷରୁ ତାରିଖ ଘୋଷଣା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହି ନିଯୁକ୍ତିର ପଦ ସଂଖ୍ୟାରେ ପରିବର୍ତ୍ତନ ହେବା ସହିତ ଅନଲାଇନ୍ ଆବେଦନ ତାରିଖ ମଧ୍ୟ ବଦଳିଥିଲା । କିଛି ବୈଷୟିକ ତ୍ରୁଟି କାରଣରୁ ଏହି ନିଯୁକ୍ତିର ଆବେଦନ ସମୟ ବଦଳିଥିଲା । ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରାର୍ଥୀଙ୍କୁ ଜୁନିୟର ମାଇନିଂ ଅଫିସର, ଜୁନିୟର ଏମଭିଆଇ, ଜୁନିୟର ଇଞ୍ଜିନିୟର (ମେକାନିକାଲ), ଜୁନିୟର ଇଞ୍ଜିନିୟର (ସିଭିଲ), ଟ୍ରେସର ଆଦି ପଦରେ ନିଯୁକ୍ତି ଦିଆଯିବ ।

ତେବେ ଏହି ସମସ୍ତ ପଦକୁ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଜୁନ୍ ମାସ ୯ ତାରିଖ (ରବିବାର) ଦିନ ଏହି ପଦଗୁଡ଼ିକର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ରିପୋର୍ଟିଂ ଟାଇମ୍ ସକାଳ ୯ଟା ରହିଥିବା ବେଳେ ୯.୩୦ରେ ଗେଟ ବନ୍ଦ କରାଯିବ । ସକାଳ ୧୦ଟାରୁ ୧୨.୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ଶିକ୍ଷାବସ ବାବଦରେ ଜାଣିବା ପାଇଁ ପ୍ରାର୍ଥୀମାନେ ବିଜ୍ଞପ୍ତିର କ୍ଲଜ-୪(ଏ) ଦେଖିପାରିବେ । ଜୁନ ୩ ତାରିଖ ପରଠାରୁ ପ୍ରାର୍ଥୀମାନେ ନିଜ ନିଜର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ଏହି ନିଯୁକ୍ତି ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ହେବା ପରେ ପ୍ରାର୍ଥୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗ, ସହରୀ ଯୋଜନା ନିର୍ଦ୍ଦେଶାଳୟ, ବନ୍ଦର ଓ ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶାଳୟ, ଖଣି ଓ ଭୂବିଜ୍ଞାନ, ପଞ୍ଚାୟତିରାଜ ଓ ପିଇବା ପାଣି ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯିବା ନେଇ ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା । ଗତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.