fbpx
BSKY
BJD SHG SKY
BJD YOUTH SKY

ରାତିରେ ପୋଷାକ ପିନ୍ଧି ଶୋଇଲେ କେଉଁ ଅସୁବିଧା ହୋଇଥାଏ? ଜାଣିଲେ ତୁରନ୍ତ ବଦଳାଇ ଦେବେ ଏହି ଅଭ୍ୟାସ…

ଓଡ଼ିଶା ଭାସ୍କର: ଆଜିର ସମୟରେ ଆରାମଦାୟକ ନିଦ ଅତ୍ୟନ୍ତ ଜରୁରୀ । ଆଜି ଆମେ ଆପଣଙ୍କୁ କହିବୁ ବିନା ପୋଷାକରେ ଶୋଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ । ଏହା ପଛର ବୈଜ୍ଞାନିକ କାରଣ କହିବେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାତିରେ ବିନା ପୋଷାକରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ । ରାତିରେ ବିନା ପୋଷାକରେ ଶୋଇବା ଦ୍ୱାରା ଶରୀର ବହୁତ ଥଣ୍ଡା ରହିବା ସହ ମେଟାବୋଲିଜିମ୍ ମଧ୍ୟ ବଢ଼ିଥାଏ।

ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଓଜନ ହ୍ରାସ କରିବାରେ ମଧ୍ୟ ବହୁତ ସ୍ୱାସ୍ଥ୍ୟ ରହିଛି । ରାତିରେ ବିନା ପୋଷାକରେ ଶୋଇବା ଦ୍ୱାରା ମେଟାବୋଲିଜିମ୍ ତ୍ୱରାନ୍ୱିତ ହେବା ସହ ପାଚନ କ୍ରିୟା ରେ ଉନ୍ନତି ହୋଇଥାଏ। ଯାହା ଦ୍ୱାରା ଓଜନ ହ୍ରାସ କରିବା ସହଜ ହୋଇଥାଏ । ବିନା ପୋଷାକରେ ଶୋଇବା ଦ୍ୱାରା ଶରୀର ବହୁତ ଥଣ୍ଡା ରହିଥାଏ। ହାପି ହର୍ମୋନ୍ ବାହାରିଥାଏ। ଏହା ମାନସିକ ଚାପ ଓ ଅବସାଦରୁ ମଧ୍ୟ ମୁକ୍ତି ଦେଇଥାଏ।

ବିନା ପୋଷାକରେ ଶୋଇବା ଦ୍ୱାରା ଶରୀର ଆରାମ ମିଳିଥାଏ। ଏଭଳି ସ୍ଥିତିରେ ଦିନର ଥକାପଣ ଦୂର ହେବା ସହ ଭଲ ନିଦ ମଧ୍ୟ ମିଳିଥାଏ। ଶୋଇବା ଘରର ତାପମାତ୍ରା ୬୦-୬୭ ଡିଗ୍ରୀ ଫାରେନହାଇଟ (୧୫ରୁ ୧୯ ଡିଗ୍ରୀ ସେଲସିୟସ) ମଧ୍ୟରେ ରହିବା ଉଚିତ । ରାତିରେ ବିନା ପୋଷାକରେ ଶୋଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ। ସାରା ଶରୀରରେ ରକ୍ତ ପ୍ରବାହ ବହୁତ ଭଲ ହୋଇଥାଏ । ଏଥିସହିତ ହାଇ ବିପି ଓ କୋଲେଷ୍ଟ୍ରଲ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Get real time updates directly on you device, subscribe now.