fbpx
BJD SKY
BJD SKY

କେତେ ସୁରକ୍ଷିତ ଆପଣଙ୍କ ଘରକୁ ଆସୁଥିବା କ୍ଷୀର ପ୍ୟାକେଟ୍‌, ହାଇକୋର୍ଟରେ ଦାଖଲ ରିପୋର୍ଟରେ ବଡ ଧରଣର ଖୁଲାସା

BJD

ନୂଆଦିଲ୍ଲୀ: କ୍ଷୀର ଆମ ଦୈନନ୍ଦିନ ଜୀବନରେ ବେଶ୍ ଆବଶ୍ୟକ ଅଟେ । ସକାଳର ଚା’ ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏହାର ବ୍ୟବହାର ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଯେଉଁ କ୍ଷୀରକୁ ଆପଣ ସେବନ କରୁଛନ୍ତି ତାହା କେତେ ସୁରକ୍ଷିତ । ଏହି ମାମଲାରେ ଏବେ ଦିଲ୍ଲୀ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ ହୋଇଛି । ଏହି ରିପୋର୍ଟରେ ଦାବୀ କରାଯାଇଛି କି ଯେଉଁ କ୍ଷୀର ଦିଲ୍ଲୀରେ ଯୋଗାଣ ହେଉଛି ସେଥିରେ ଅକ୍ସିଟୋସିନର ମିଶ୍ରଣ କରାଯାଉଛି ।

ଏହା ସେହି ମେଡିସିନ୍ ଯାହା ଉପରେ ୨୦୧୮ରେ କେନ୍ଦ୍ର ସରକାର ପ୍ରତିବନ୍ଧ ଲଗାଇଥିଲେ । ସେତେବେଳେ ସରକାରଙ୍କ ପକ୍ଷରୁ ଦାବୀ କରାଯାଇଥିଲା କି ଅଧିକ ଦୁଗ୍ଧ ଉତ୍ପାଦନ ଲାଗି ମଇଁଷିମାନଙ୍କ ଉପରେ ଏହାର ଭୁଲ୍ ପ୍ରୟୋଗ କରାଯାଉଛି । ଏହାଦ୍ୱାରା କେବଳ ମଇଁଷି ନୁହଁନ୍ତି ବରଂ କ୍ଷୀର ଖାଉଥିବା ଲୋକଙ୍କ ଉପରେ ବି ହାନିକାରକ ପ୍ରଭାବ ପଡୁଛି । ଏହାପରେ ଦିଲ୍ଲୀ ହାଇକୋର୍ଟ ରାଜଧାନୀରେ ଗାଈ ମଇଁଷି ରଖିଥିବା ଫାର୍ମଗୁଡିକରେ ଅକ୍ସିଟୋସିନ ମେଡିସିନର ଭୁଲ୍ ବ୍ୟବହାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଥିଲେ ହରମୋନ ସମ୍ବନ୍ଧିତ ମେଡିସିନ୍ ଦେବା ପଶୁଙ୍କ ପ୍ରତି କ୍ରୁରତା ଓ ଏକ ଅପରାଧ ଅଟେ ।

କାର୍ଯ୍ୟବାହକ ମୁଖ୍ୟ ବିଚାରପତି ମନମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଦିଲ୍ଲୀ ସରକାରଙ୍କ ଔଷଧ ନିୟନ୍ତ୍ରଣ ବିଭାଗ ଦ୍ୱାରା ସାପ୍ତାହିକ ନୀରିକ୍ଷଣ ଓ ମାମଲା ରୁଜୁ କରିବା ଲାଗି କହିଛନ୍ତି । ପୋଲିସ ଏହାର ଯାଞ୍ଚ କରିବ । ଏହା ବ୍ୟତିତ କୋର୍ଟ ଗୁପ୍ତଚର ବିଭାଗକୁ ଅକ୍ସିଟୋସିନ ଉତ୍ପାଦନ, ପ୍ୟାକେଜିଂ ଓ ବିତରଣର ଉତ୍ସକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତିତ ଏହି ମାମଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ତେବେ ହାଇକୋର୍ଟ ଏହି ଆଦେଶ ଦିଲ୍ଲୀରେ ବିଭିନ୍ନ ଡାଏରୀ ଫାର୍ମର ସ୍ଥିତି ସମ୍ବନ୍ଧିତ ସୁନୟନା ସିବଲ ଓ ଅନ୍ୟ ଯାଚିକା ଉପରେ ଦେଇଛନ୍ତି ।

Get real time updates directly on you device, subscribe now.