fbpx
BJD SKY
BJD SKY

(Video): ପ୍ରତିଦିନ ଟ୍ରେନ ବାଟକୁ ଚାହିଁ ବସିଥାଏ କୁକୁର ! ଟ୍ରେନ୍ ଡ୍ରାଇଭର ଓ କୁକୁରର ବନ୍ଧୁତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

BJD

ଓଡ଼ିଶା ଭାସ୍କର: ଏହି ସ୍ୱାର୍ଥପର ଦୁନିଆରେ ରହିବା ବହୁତ କଷ୍ଟ । ଯେଉଁଠି ଟିକିଏ ଆପଣାପଣ କିମ୍ବା ଭଲପାଇବା ମିଳିଯାଏ ମନ ସେଇଠି ଆପେ ଆପେ ଟାଣି ହୋଇଯାଏ । ସେ ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ । କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣି ବୋଲି ବିବେଚିତ କରାଯାଇଛି । ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ଭିଡିଓ ମାଧ୍ୟମରେ ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓର ପ୍ରାରମ୍ଭରେ ଦର୍ଶାଯାଇଛି ଯେ କିପରି ଏକ ପ୍ଲାଟଫର୍ମରେ ଟ୍ରେନଟିକୁ ପ୍ରବେଶ କରୁଥିବାର ଦେଖି ଗୋଟିଏ କୁକୁର ଦୌଡ଼ିବାକୁ ଆରମ୍ଭ କରୁଛି । ସତେ ଅବା ସେ ଟ୍ରେନ୍ ସହ ରେସ୍ ଲଗାଉଛି । କିନ୍ତୁ ଘଟଣାଟି ଭିନ୍ନ । ବାସ୍ତବରେ ଏହି କୁକୁରଟି ପ୍ଲାଟଫର୍ମରେ ଏହି ଟ୍ରେନ୍ ପାଇଁ ଅପେକ୍ଷା କରିଥିଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । କାରଣ ସିଏ ଜାଣିଛି ଏହି ଟ୍ରେନ ଡ୍ରାଇଭର ତାକୁ ପ୍ରତିଦିନ ଖାଇବାକୁ ଦିଅନ୍ତି । ଟ୍ରେନଟି ରହିବା ପରେ କୁକୁରଟି ମଧ୍ୟ ଅଟକି ଯାଉଛି । ଏହା ପରେ ଟ୍ରେନରୁ ଡ୍ରାଇଭର ଜଣଙ୍କ କୁକୁର ପାଇଁ ପ୍ଲେଟରେ ଖାଦ୍ୟ ନେଇ ବାହାରକୁ ଆସୁଛନ୍ତି । କୁକୁର ତାଙ୍କୁ ଦେଖି ବହୁତ ଖୁସି ଲାଞ୍ଜ ହଲାଉଛି । ସତରେ ଏହି କୁକୁର ଏବଂ ଟ୍ରେନ୍ ଡ୍ରାଇଭରର ବନ୍ଧୁତାକୁ ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ ।

Hakan Kapucu ନାମକ ଜଣେ ୟୁଜର ଏହି ଭିଡିଓକୁ ‘ଏକ୍ସ’ରେ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଜଣେ ଟ୍ରେନ୍ ଡ୍ରାଇଭର ଷ୍ଟେସନରେ କୁକୁରକୁ ଖାଦ୍ୟ ଦେଇଥିଲେ । ପ୍ରତିଦିତନ ଭୋଜନ ଦେଉଥିବା ଏହି ଟ୍ରେନ୍ ଏବଂ ଇଞ୍ଜିନିୟରକୁ ମାନେ ରଖିଛି କୁ୍‌କୁର । ତାହାର ଖୁସି ଦେଖିବା ଯୋଗ୍ୟ । କେହି ସମସ୍ତଙ୍କୁ ଖସି କରିପାରନ୍ତି ନାହିଁ କିନ୍ତୁ ଦୟା ସବୁବେଳେ ଖୁସି ଆଣିଥାଏ ।’ ଏହି ଭିଡିଓକୁ ଅନେକ ଲାଇକ୍ ଏବଂ ଶେୟାର ମିଳିଛି । ଅନେକ ୟୁଜର କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ଲେଖିଛନ୍ତି, ଏହା ଏକ ହୃଦୟସ୍ପର୍ଶୀ କାହାଣୀ ଯେ କିପରି କାହାର ଦୟା ଭାବ ଦ୍ୱାରା ଛୋଟ କାର୍ଯ୍ୟରେ ଖୁସି ପ୍ରତିଫଳିତ ହୋଇଥାଏ । ଆଉ ଜଣେ ଲେଖିଛନ୍ତି ଏହି ଫର୍ ଥିବା ପ୍ରାଣି ଭଲ ଏବଂ ମନ୍ଦ ଭିତରେ ଫରକ ମନେ ରଖିଥାଏ । ସେମାନେ ଜାଣିଥାଆନ୍ତି ଯେ କିଏ ସେମାନଙ୍କ ପ୍ରତି ଦୟାଳୁ ।

Get real time updates directly on you device, subscribe now.