fbpx
BJD SKY
BJD SKY

(Video): ଶାଢ଼ୀ ଦୋକାନରେ ଷଣ୍ଢଙ୍କ ଉତ୍ପାତ, ଛାରଖାର୍ କରିଦେଲେ ପୁରା ଦେକାନ, ଦେଖନ୍ତୁ ଭିଡ଼ିଓ

BJD

ଓଡ଼ିଶା ଭାସ୍କର: ସାଧାରଣତଃ ଆମେ ରାସ୍ତାଘାଟରେ ଷଣ୍ଢ ଦେଖିଥାଉ । ଷଣ୍ଢ ପାଇଁ ସମସ୍ତଙ୍କ ମନରେ ଡର ରହିଥାଏ । ବିଶେଷ କରି ରାସ୍ତାରେ କେଉଁଠି ଷଣ୍ଢ ଲଢ଼େଇ ହେଉଥିଲେ ଦୂରେଇ ରହିବା ହିଁ ଉଚିତ । ସେମାନେ କ୍ରୋଧ ବଶତଃ ହିଂସ୍ର ହୋଇ କେତେବେଳେ ବି ସାଧାରଣ ଜନତା ଉପରେ ଆକ୍ରମଣ କରିପାରିବେ । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଦୁଇଟି ଷଣ୍ଢ ଏକ ଶାଢ଼ୀ ଦୋକାନକୁ ଛିନଛତ୍ର କରିଥିବାର ନଜର ଆସିଛି ।

ସୋସିଆଲ ମିଡିଆରେ ଏହି ଭିଡିଓକୁ @gharkekaleshନାମକ ଜଣେ ୟୁଜର ଶେୟାର କରିଛନ୍ତି । ଏହି ଭିଡିଓରେ ଦର୍ଶାଯାଇଛି ଯେ କିପରି ଦୁଇଟି ଷଣ୍ଢ ଏକ ଶାଢ଼ୀ ଦୋକାନରେ ମୁହାଁମୁହିଁ ହୋଇଛନ୍ତି । ଦୋକାନର ସମସ୍ତ ଜିନିଷ ତଳେ ପଡ଼ିଯାଇଥିବାର ନଜିର ରହିଛି । କିଛି ଲୋକମାନେ ଡରରେ ଦୌଡ଼ି ପଳାଇଥିବା ବେଳେ ଅନ୍ୟପଟେ କିଛି ଲୋକମାନେ ଦୋକାନ ବାହାରୁ ଛିଡ଼ା ହୋଇ ଷଣ୍ଢ ଲଢ଼େଇ ଦେଖୁଛନ୍ତି । ଏହା ସହ ସେମାନେ ସତର୍କ ମଧ୍ୟ ଅଛନ୍ତି ଯେ କେତେବେଳେ ଷଣ୍ଢ ଦୁଇ ଜଣ ବାହାରକୁ ଆସିବେ ଏବଂ ଲୋକଙ୍କ ଉପରେ ଆକ୍ରମଣ କରିବେ । ତେବେ ଏହି ଭିଡିଓଟି କେଉଁ ଅଞ୍ଚଳର କିଛି ଜଣାପଡ଼ି ନାହିଁ । ଏହି ଭିଡିଓରେ ଅନେକ ୟୁଜର କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି- ଦୋକାନୀ ଲୋକଙ୍କୁ ରିହାତି ଦେଉନଥିବାରୁ ଦୋକାନର ଏପରି ଅବସ୍ଥା ହୋଇଛି । ଆଉ ଜଣେ ଲେଖିଛନ୍ତି- ଦୁହେଁ ନିଜ ପ୍ରେମିକା ପାଇଁ ବୋଧୁଏ ଶାଢ଼ୀ କିଣିବା ପାଇଁ ଆସିଛନ୍ତି ।

Get real time updates directly on you device, subscribe now.