fbpx

ସପ୍ତାହକୁ କେତେ ଥର ଆଳୁ ଖାଉଛନ୍ତି? ଅଧିକ ପରିମାଣରେ ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

ଆମ ଦେଶରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଥାଏ । କାରଣ ସବୁ ଖାଦ୍ୟ କିମ୍ବା ତରକାରୀରେ ଆଳୁ ଅଧିକ ଖିଆଯାଏ। ପ୍ରଥମତଃ ଆଳୁ ବାର ମାସ ପାଇଁ ଉପଲବ୍ଧ, ଦ୍ୱିତୀୟତଃ ଏହାର ମୂଲ୍ୟ କଦାପି ଦ୍ରୁତ ଗତିରେ ବଢ଼େ ନାହିଁ। ତେଣୁ ସମସ୍ତେ ଆଳୁକୁ ନିୟମିତ ଭାବେ ଖାଇଥା’ନ୍ତି। କିନ୍ତୁ ଅଧିକ ପରିମାଣରେ ଆଳୁ ଖାଇବା ଦ୍ୱାରା ହୋଇପାରେ ଅନେକ ବଡ଼ ବଡ଼ ସମସ୍ୟା । ଏଣୁ ଅତ୍ୟଧିକ ଆଳୁ ଖାଉଥିଲେ ଏହାର ପ୍ରଭାବ ବିଷୟରେ ଜାଣି ରଖନ୍ତୁ ।

ଏକ ଅଧ୍ୟୟନରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ଫ୍ରେଞ୍ଚ ଫ୍ରାଇଜ୍‌, ବେକ୍ ବା ସିଝା ଆଳୁ ତଥା ଆଳୁ ଚିପ୍ସ ଖାଉଥିବା ଲୋକଙ୍କ କ୍ଷିପ୍ର ଗତିରେ ଓଜନ ବଢ଼ିଥାଏ। ଏହାବ୍ୟତୀତ ଯେଉଁ ଲୋକମାନେ ନିଜ ଡାଏଟ୍‌ରେ ଏସବୁ ଜିନିଷକୁ କମ୍ ବ୍ୟବହାର କରିଛନ୍ତି, ସେମାନଙ୍କ ଓଜନ କମ୍ ବଢ଼ିଛି। ତେଣୁ ଆଳୁର ମାତ୍ରା କମ୍ କରିବା ସହ ଅଧିକ ସବୁଜ ପନିପରିବା ଖାଇବା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯେଉଁମାନେ ସପ୍ତାହରେ ଚାରି କିମ୍ବା ତା’ଠାରୁ ଅଧିକ ରନ୍ଧା, ମସଲା ଯୁକ୍ତ କିମ୍ବା ସିଝା ଆଳୁ ଖାଇଥା’ନ୍ତି, ସେମାନଙ୍କଠାରେ ଅନ୍ୟମାନଙ୍କ ତୁଳନାରେ ଉଚ୍ଚ ରକ୍ତଚାପର ଆଶଙ୍କା ୧୧ ପ୍ରତିଶତ ଅଧିକ। ମାସରେ ଥରେ ଫ୍ରେଞ୍ଚ୍ ଫ୍ରାଏ ବା ଆଳୁ ଚିପ୍ସ ଖାଉଥିବା ବ୍ୟକ୍ତିଙ୍କ ଠାରେ କିନ୍ତୁ ରକ୍ତଚାପ ଅଶଙ୍କା ୧୭ ପ୍ରତିଶତ ଅଧିକ ରହିଥିବା ଅଧ୍ୟୟନରୁ ଜଣାପଡିଛି।

ଅଧିକ ପରିମାଣରେ ଆଳୁ ଖାଇବା ଦ୍ୱାରା ଏହି ସବୁ ସମସ୍ୟା ହୋଇଥାଏ:-

  • ଅଧିକ ପରିମାଣରେ ଆଳୁ ଖାଇବା ଦ୍ୱାରା ଆମ ଶରୀରରେ ପେଟ ଏବଂ ଅଣ୍ଟାରେ ଚର୍ବି ବଢିଥାଏ । ଯାହା ଆମ ଶରୀରର ଓଜନ ମଧ୍ୟ ବୃଦ୍ଧି କରିଥାଏ । ସାଧାରଣତଃ ଡାଏଟ କରୁଥିବା ବ୍ୟକ୍ତିବିଶେଷଙ୍କ ଖାଦ୍ୟରେ ଏହା ଅଳ୍ପ ପରିମାଣରେ ସାମିଲ ରହିବା ଆବଶ୍ୟକ ।
  • ସେହିପରି ଅତ୍ୟଧିକ ଆଳୁ ଖାଇବା ହେତୁ ଶରୀରରେ ଆଲର୍ଜିର ଛାପ ଦେଖାଯାଏ । ତେଣୁ ଏହାକୁ ଯଥେଷ୍ଟ କମ୍ ବ୍ୟବହର କରିବା ଉଚିତ । ଯାହା ଫଳରେ ଶରୀରରେ ଏଭଳି ସମସ୍ୟା କମ୍ ହୋଇପାରିବ ।
  • ଆମେ ଜାଣିଛୁ ଆଳୁର ସ୍ୱାଦ ସଭିଙ୍କୁ ଭଲ ଲାଗିଥାଏ । ମାତ୍ର ଏହାକୁ ଅଧିକ ଖାଇବା ଅନୁଚିତ । କାରଣ ଆଳୁରେ ଭରପୁର ମାତ୍ରାରେ କାର୍ବନହାଇଡ୍ରେଟ୍ ରହିଥାଏ । ଯାହା ଆମ ଶରୀରରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଅଧିକ କରିଥାଏ ।
  • ଏହାବ୍ୟତୀତ ଅଧିକ ଆଳୁ ଖାଇବା ଦ୍ୱାରା ଶରୀରରେ ସୁଗାର ପରିମାଣ ବୃଦ୍ଧି ପାଇଥାଏ । ଯାହା ଫଳରେ ଡାଇବେଟିସ ହେବାର ସମ୍ଭାବନା ରହିଥାଏ । ତେଣୁ ଏସବୁ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଆଳୁ ଖାଇବାର ପରିମାଣକୁ ମଧ୍ୟ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.