fbpx

ତିହାରରେ ପହଞ୍ଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, କେଜ୍ରିୱାଲଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣର୍ ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ରହୁଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକାରର ଆରମ୍ଭ ଦିନ ୧୨ଟା ସମୟରେ ହୋଇଛି । ତେବେ ଏହି ସାକ୍ଷାତକାର ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ପୂର୍ବରୁ ଭଗବନ୍ତ ମାନ୍ ଆପ୍ ନେତା ସଞ୍ଜୟ ସିଂହଙ୍କ ସହ ଜେଲ୍‌ରେ କେଜ୍ରିୱାଲଙ୍କୁ ଭେଟିବାର ଥିଲା କିନ୍ତୁ ତିହାର ଜେଲ୍ ପ୍ରଶାସନ ଏଥିପାଇଁ ଅନୁମତି ଦେଇ ନ ଥିଲା । ଏବେ ତିହାର ଜେଲ୍ ପ୍ରଶାସନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସାକ୍ଷାତକୁ ନେଇ ନୂଆ ଟାଇମ୍ ସେଡ୍ୟୁଲ ଜାରି କରିଛି ।

ଏହି ସାକ୍ଷାତ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ଭଗବନ୍ତ ମାନଙ୍କ ସହ ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ ବି ଉପସ୍ଥିତ ଅଛନ୍ତି । ସାକ୍ଷାତ ପରେ ଭଗବନ୍ତ ମାନ ମିଡିଆ ସହ ସାମ୍ନାସାମ୍ନି ହେବେ । କେଜ୍ରିୱାଲ ଓ ଭଗବନ୍ତ ମାନଙ୍କ ଏହି ସାକ୍ଷାତ ସମୟରେ ଲୋକସଭା ନିର୍ବାଚନକୁ ନେଇ ଆପ୍‌ର ରଣନୀତି ପ୍ରସ୍ତୁତ ହେବ ବୋଲି ଅନୁମାନ କରାଯାଉଛି । ଏହି ସାକ୍ଷାତ କଡା ସୁରକ୍ଷା ମଧ୍ୟରେ ହେଉଛି । ଏହି ସାକ୍ଷାତକୁ ନେଇ ପଞ୍ଜାବ ଓ ଦିଲ୍ଲୀ ପୋଲିସ ଏବଂ ତିହାର ଜେଲ୍ ପ୍ରବନ୍ଧକଙ୍କ ମଧ୍ୟରେ ବୈଠକ ହୋଇଥିଲା ।

Get real time updates directly on you device, subscribe now.