fbpx
BJD SKY
BJD SKY

(Video): ପ୍ରଥମ ଥର ଭୋଟରଙ୍କୁ ରେୱନ୍ତ ରେଡ୍ଡୀଙ୍କ ପରାମର୍ଶ, ନିଷ୍ପତ୍ତି ଉପରେ ବିଚାର କରନ୍ତୁ ଏବଂ ଭାବିଚିନ୍ତି ଭୋଟ୍ ଦିଅନ୍ତୁ

BJD

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ନିକଟରେ ରଜତ ଶର୍ମାଙ୍କ ଦ୍ୱାରା ଆୟୋଜିତ ଏକ ଶୋ ‘ଆପ୍ କି ଅଦାଲତ’ରେ ନଜର ଆସିଥିଲେ । ଏହି ଶୋ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଯୁବ ଭୋଟରଙ୍କୁ ଭାବିଚିନ୍ତି ଭୋଟ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ରେୱନ୍ତ ରେଡ୍ଡୀଙ୍କ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡ଼ିଓରେ ଦର୍ଶାଯାଇଛି ଯେ କିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବବର୍ଗଙ୍କୁ ସେମାନଙ୍କ ନିଷ୍ପତ୍ତି ଉପରେ ବିଚାର କରିବା ପରେ ଭାବିଚିନ୍ତି ଭୋଟ ଦେବାକୁ ପରାମର୍ଶ ଦେଉଛନ୍ତି । ଏହି ସମୟରେ ଜଣେ ଯୁବକ ହସ୍ତକ୍ଷେପ କରି ଚିତ୍କାର କରି କହିଥିଲେ ଯେ ସେ ମେଦୀଙ୍କୁ ଭୋଟ୍ ଦେବେ । ଏହାର ଉତ୍ତରରେ ରେୱନ୍ତ ରେଡ୍ଡୀ କହିଥିଲେ,‘ଆପଣ ଯାହାକୁ ଚାହିଁବେ ତାକୁ ଭୋଟ ଦେଇପାରନ୍ତି । ଆପଣଙ୍କ ପରିବାରକୁ ଅତିରିକ୍ତ ୧୦ ଲକ୍ଷ କୋଟି ଟଙ୍କା ଋଣର ବୋଝ ସହିବାକୁ ପଡ଼ିପାରେ ।’ ଏହା ସହ ସେ ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୧୪ ଜଣ ପ୍ରଧାନମନ୍ତ୍ରୀ ୬୭ ବର୍ଷରେ ୬୫ ଲକ୍ଷ କୋଟି ଟଙ୍କା ଋଣ ନେଇଥିଲେ ଏବଂ ଦେଶର ବିକାଶମୂଳକ କାର୍ଯ୍ୟ କରିଥିଲେ । ଅପରପକ୍ଷରେ ମୋଦୀ ତାଙ୍କର ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୧୧୩ କୋଟି ଟଙ୍କାର ଋଣ ନେଇଥିଲେ । ଏହି ଟଙ୍କା କୁଆଡ଼େ ଗଲା ? ଏହା କାହା ପକେଟକୁ ଗଲା ? ମୋଦୀ ଦେଶ ପାଇଁ କ’ଣ ନିର୍ମାଣ କଲେ ? ଏଭଳି ପ୍ରଶ୍ନ ପଚାରିବା ମୋ ଦାୟିତ୍ୱ ନୁହେଁ । ଦେଶର ଯୁବକମାନେ ଏଭଳି ପ୍ରଶ୍ନ ପଚାରିବା ଉଚିତ । ଏକ ସାକ୍ଷାରକାର ସମୟରେ ରେୱନ୍ତ ପୂର୍ବାନୁମାନ କରିଥିଲେ ଯେ ‘ଅବକି ବାର୍ ୪୦୦ ପାର୍’ ସ୍ଲୋଗାନ ସତ୍ତ୍ୱେ ଚଳିତ ବର୍ଷ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବାଧିକ ୨୪୦ଟି ଆସନରୁ ୨୧୪ଟି ଆସନରେ ବିଜୟ ଲାଭ କରିବେ ।

Get real time updates directly on you device, subscribe now.