fbpx

ହୋଇନାହିଁ ମାସ୍କ ଦୁର୍ନୀତି, କେନ୍ଦ୍ରର ନୋଟିଫିକେସନ ଅନୁସାରେ କିଣାଯାଇଛି ମାସ୍କ: ସସ୍ମିତ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ମାସ୍କ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ଼ ମୁକାବିଲା ଓ ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ ଦେଶରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାରେ କରୋନା ମୃତ୍ୟୁହାର କମ୍ ରହିଛି । ମାସ୍କ ଦୁର୍ନୀତି ନେଇ ଆଲୋଚନା ହେଉଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମାସ୍କର ଅଭାବ ଦେଖାଦେଇଥିଲା । କିନ୍ତୁ ମାସ୍କର ଚାହିଦା ବଢ଼ିବାରୁ ଅଧିକ ଦରରେ କିଣିବାକୁ ପଡ଼ିଲା ବୋଲି ସେ କହିଛନ୍ତି । ମାର୍ଚ୍ଚ ୨୧ରେ କେନ୍ଦ୍ର ସରକାର ୧୦ଟଙ୍କାରେ ମାସ୍କ କିଣିବାକୁ କହିଥିଲେ । ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ମାର୍ଚ୍ଚ ୨୪ରେ ଏହି ଦର ୧୬ ଟଙ୍କା କରିିଥିଲେ । ଅନ୍ୟ ରାଜ୍ୟଗୁଡ଼ିକ ୧୬ରୁ ୨୦ଟଙ୍କା ଦରରେ ମାସ୍କ କିଣିଛନ୍ତି । ରାଜ୍ୟ ସରକାର ମାସ୍କ ପାଇଁ ୧୬ଟଙ୍କାରୁ ପଇସାଟିଏ ଅଧିକ ଦେଇନାହାନ୍ତି । କଂଗ୍ରେସ ଦଳ ଲୋକଙ୍କ ମନରେ ଦୁର୍ନୀତିର ସଂଶୟ ସୃଷ୍ଟି କରୁଛି ବୋଲି ସସ୍ମିତ କହିଛନ୍ତି ।

Get real time updates directly on you device, subscribe now.