ହାତକୁ ‘କିସ୍’ କରି ଚିକିତ୍ସା କରୁଥିବା ବାବାଙ୍କର କରୋନାରେ ମୃତ୍ୟୁ, ୨୯ ଭକ୍ତ ବି ପଜିଟିଭ୍

ଝଡାଫୁଙ୍କା ବା ଯାଦୁଟୋନାର ସାହାରାରେ ଲୋକଙ୍କୁ ଚିକିତ୍ସା କରୁଥିବା ବାବା ନିଜକୁ ରକ୍ଷାକରିପାରିଲେ ନାହିଁ । ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସୃଷ୍ଟି କରି ଚିକିତ୍ସା କରୁଥିବା ବାବା କରୋନା କବଜାରୁ ବଞ୍ଚିପାରିଲେ ନାହିଁ । ହାତକୁ କିସ୍ କରି ରୋଗକୁ ଭଲ କରୁଥିବା ବାବା ମରିବା ପୂର୍ବରୁ ନିଜର ଭକ୍ତମାନଙ୍କୁ ମଧ୍ୟ ଏହି ମହାମାରୀ ବାଣ୍ଟିଦେଇଗଲେ ।

ଜୁନ୍ ୪ରେ ଏପରି ଜଣେ ବାବାଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ବାବାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଖୋଜି ଖୋଜି କ୍ୱାରେଣ୍ଟାଇନରେ ଭର୍ତ୍ତି କରିଛି ପ୍ରଶାସନ । କିନ୍ତୁ ଯେତେବେଳେ ସମସ୍ତଙ୍କ ନମୁନା ରିପୋର୍ଟ ଆସିଲା, ସେତେବେଳେ ସହରରେ ବିସ୍ଫୋରଣ ହେଲା । ଜଣାପଡିଲା ଯେ, ମରିବା ପୂର୍ବରୁ ବାବା ୨୯ ଜଣ ଭକ୍ତଙ୍କୁ କରୋନା ବାଣ୍ଟିଦେଇ ଯାଇଛନ୍ତି ।

ତେବେ ଖବର ମୁତାବକ, ରତ୍ନାପୁର ନୟାପୁରର ଏହି ବାବା ଝଡାଫୁଙ୍କା କରିବା ସହ ଲୋକଙ୍କୁ ତାବିଜ୍ ଦେଉଥିଲେ ଏହି ବାବା । ବହୁ ସଂଖ୍ୟାରେ ଲୋକମାନେ ବାବାଙ୍କ ପାଖକୁ ଯାଉଥିବା ବେଳେ ସେ ବହୁବାର ଲୋକଙ୍କ ହାତକୁ କିସ୍ କରି ଲୋକଙ୍କ ଚିକିତ୍ସା କରୁଥିଲେ । ବର୍ତ୍ତମାନ ସମୟରେ ବାବାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ଖୋଜାଚାଲିଛି ।

Get real time updates directly on you device, subscribe now.