fbpx

ବାତିଲ୍ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ

Advertisement

ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ନିର୍ଦ୍ଦେଶକୁ ବାତିଲ କଲେ ରାଜ୍ୟ ସରକାର । ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ନେଇ ସରକାର ବିଜ୍ଞପ୍ତି ଜାରି କରିବେ । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ ବି ତାହା କାଏମ ରହିବ । ‘ସାରଥି’ ପୋର୍ଟାଲ କେବେଠୁ କାର୍ଯ୍ୟ କରିବ, ତାହା ମଧ୍ୟ ଜଣାଇଦିଆଯିବ ବୋଲି କୁହାଯାଇଛି । ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ପୈଠ କରିଥିଳେ ତାହା କାଏମ ରହିବ । ଏହା ସହିତ ଡିଏଲ ଓ ଏଲଏଲ ପାଇଁ ଆରଟିଓ ଅଫିସ ଆସିବାକୁ ଡିପାର୍ଟମେଣ୍ଟ ପକ୍ଷରୁ ମନା ହୋଇଛି । କରୋନା ସଙ୍କଟ ଚାଲିଥିବାରୁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି ।

ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଜିଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲିଂ କୁହାଯାଇଥିଲା । ୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା ହେବାକୁ ଥିବା ବେଳେ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ପାଇଁ ୨୨ ତାରିଖ ଠାରୁ ଆରମ୍ଭ ହେବ ବୋଲି କୁହାଯାଇଥିଲା । ଡିଏଲ୍‌ ଟେଷ୍ଟ ୧୮ରୁ ଓ ଏଲ୍‌ଏଲ୍‌ ଟେଷ୍ଟ ୨୯ରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.