fbpx

Vastu Tips: ଅଫିସ୍ ଟେବୁଲରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ଅଟକି ଯିବ ପ୍ରଗତି, ବିଳମ୍ବରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ରର ସକାରାତ୍ମକ ଉର୍ଜ୍ଜା ଜୀବନରେ ସୁଖ, ସମୃଦ୍ଧି, ଶାନ୍ତି ବୃଦ୍ଧି କରିଥାଏ । ସେହିପରି ନକାରାତ୍ମକ ଉର୍ଜ୍ଜା ଯୋଗୁଁ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଦୋଷ କ୍ୟାରିୟର ସଫଳତା ପାଇଁ ମଧ୍ୟ ବାଧା ସୃଷ୍ଟି କରିଥାଏ । ଘର ପାଇଁ ବାସ୍ତୁ ଶାସ୍ତ୍ର ଯେତିକି ଜରୁରୀ ଅଫିସ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ ।

ଅଧିକାଂଶ ସମୟରେ ଲୋକମାନେ ଅଫିସ ଟେବୁଲରେ ଅନାବଶ୍ୟକ ଜିନିଷ ରଖିଥାନ୍ତି କିମ୍ବା ଅନେକ ଜିନିଷ ଅବ୍ୟବସ୍ଥିତ ରହିଥାଏ । ଏହା ନକାରାତ୍ମକ ଉର୍ଜ୍ଜା ସୃଷ୍ଟି କରିଥାଏ । ବାସ୍ତୁ ଅନୁଯାୟୀ ଅଫିସରେ କାର୍ଯ୍ୟ କରୁଥିବା ଡେସ୍କରେ ବସିବା ସମୟରେ ଆମ ପିଠି କାନ୍ଥ ପଟେ ରହିବା ଉଚିତ । ମୁଖ୍ୟ ପ୍ରବେଶ ଦ୍ୱାର, ଝରକା କିମ୍ବା ଉତ୍ତର- ପୂର୍ବ ଦିଗରେ ପିଠି କରି ବସିବା ଉଚିତ ନୁହେଁ । ଏଥିପାଇଁ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ଅଫିସର ଚେୟାର ଏପରି ବ୍ୟବସ୍ଥିତ ରଖନ୍ତୁ ଯେପରି ଅଫିସକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଉପରେ ଆପଣଙ୍କ ନଜର ରହୁଥିବ ।

ଅଫିସ୍ ଟେବୁଲରେ ରଖନ୍ତୁ ଏହି ଜିନିଷ

୧. ଟେବୁଲରେ କ୍ରିଷ୍ଟାଲ ପେପର ୱେଟ୍ ସବୁବେଳେ ଉତ୍ତର- ପୂର୍ବ ଦିଗରେ ରଖନ୍ତୁ ।

୨. ପାଣି ବୋତଲକୁ ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ ।

୩. ଆବଶ୍ୟକୀୟ ଫାଇଲ୍ ଟେବୁଲର ଡାହାଣ ପଟେ ରଖିବା ଉଚିତ । ଏହା ବ୍ୟତୀତ ଟେବୁଲରେ ବୋନଶାଇ ବାଉଁଶ, ଗ୍ଲୋବ୍‌, ଟେବୁଲ ଘଣ୍ଟା, ନୋଟ୍ ପ୍ୟାଡ୍‌-ପେନ୍‌, ପିରାମିଡ୍ ରଖି ପାରିବେ । ଟେବୁଲରେ ଏଭଳି ଜିନିଷ କାର୍ଯ୍ୟକ୍ଷମତା ବୃଦ୍ଧି କରିଥାଏ ।

ଅଫିସ୍ ଟେବୁଲରେ ଏହି ସବୁ ଜିନିଷ ରଖିବା ଠାରୁ ଦୂରେଇ ରୁହନ୍ତୁ

୧. କଳା କିମ୍ବା ନାଲି ରଂଗର ବସ୍ତୁ ।

୨. ଛୋଟ ଦର୍ପଣ, କଇଁଚି ଭଳି ଧାରୁଆ ଜିନିଷ ।

୩. ଅଫିସ୍ ଡେସ୍କରେ ବସି କେବେ ବି ଭୋଜନ କରିବା ଉଚିତ ନୁହେଁ ।

୪. ଜିନିଷ ଅବ୍ୟବସ୍ଥିତ ରଖନ୍ତୁ ନାହିଁ । ଏହା ଦ୍ୱାରା ପ୍ରଗତି ଅଟକି ଯିବା ସହ ନକାରାତ୍ମକ ଉର୍ଜ୍ଜା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.