fbpx

ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୨୮୦ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା, ୬୨ ଲକ୍ଷ ଭୋଟର

ଭୁବନେଶ୍ୱର: ଓଡ଼ିଶାରେ ମେ’ ୧୩ ତାରିଖରୁ ଆରମ୍ଭ ହେବ ନିର୍ବାଚନର ମତଦାନ ପ୍ରକ୍ରିୟା । ଏଥିପାଇଁ ଆଜିଠାରୁ ପ୍ରଚାର କାର୍ଯ୍ୟକ୍ରମରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ତେବେ ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସିଇଓ ସୂଚନା ଜାରି କରିଛନ୍ତି । ମେ’ ୧୩ ତାରିଖରେ ୪ଟି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହାସହିତ ୨୮ଟି ବିଧାନସଭା ଆସନରେ ମଧ୍ୟ ମତଦାନ କରାଯିବ । ତେବେ ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଭୋଟର ମତଦାନରେ ସାମିଲ ହେବେ ।

ତେବେ ଏଥିମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ରହିଥିବା ବେଳେ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ରହିଛନ୍ତି ବୋଲି ସିଇଓ ପ୍ରକାଶ କରିଛନ୍ତି । ତେବେ ପ୍ରାୟ ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଏଥର ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ଯାଉଛନ୍ତି । ଏହାବ୍ୟତୀତ ୨୦-୨୯ ବର୍ଷ ବୟସ ମଧ୍ୟରେ ରହିଛନ୍ତି ୧୪ ଲକ୍ଷରୁ ଅଧିକ ଭୋଟର । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ । ତେବେ ୨୭ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି । ଏହି ମତଦାନ ପ୍ରକ୍ରିୟାରେ ୬୦% ବୁଥରେ ମତଦାନର ଲାଇଭ ଷ୍ଟ୍ରିମିଙ୍ଗ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.