fbpx

ଆପଣ ନିଜ ଶରୀରକୁ ଫିଟ ରହିବାକୁ ଚାହୁଁଛନ୍ତି କି ? ତେବେ ସକାଳୁ ଖାଆନ୍ତୁ ଏହି ଖାଦ୍ୟ

ନିରୋଗ ଶରୀର ପାଇଁ ସକାଳ ଖାଦ୍ୟ ପ୍ରୋଟିନଯୁକ୍ତ ହେବା ଜରୁରୀ।ଆପଣଙ୍କୁ ସ୍ୱାସ୍ଥ୍ୟବାନ ଓ ଫୁର୍ତ୍ତି ରଖିବା ପାଇଁ କିମ୍ବା ଦିନସାରା ଥକ୍କା ଓ ଅଳସରୁ ମୁକ୍ତି ରହିବା ପାଇଁ ବ୍ରେକଫାଷ୍ଟରେ ପ୍ରୋଟିନଯୁକ୍ତ ଖାଇବା ଉଚିତ। ପୁଷ୍ଟିକର ଖାଦ୍ୟ ଆପଣଙ୍କ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ଅଧିକାଂଶ ଲୋକ ସକାଳୁ କଫି କିମ୍ବା ଚା’ ପିଇ ଦ୍ଵିପହର ପର୍ଯ୍ୟନ୍ତ ଭୋକିଲା ରହିଯାଆନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟପ୍ରତି ହାନିକାରକ।

କ’ଣ ଖାଇବେ..

ଗ୍ରୀନ ଟି- ସକାଳୁ ଗ୍ରୀନ ଟି ପିଇଲେ ମାନସିକ ଅବସାଦ ଦୂର ହୁଏ ଏବଂ ମସ୍ତିଷ୍କ ତାଜା ଲାଗେ। ତେଣୁ ଏକ କପ ଗ୍ରୀନ ଟିରୁ ସକାଳ ଆରମ୍ଭ କରିବା ଶରୀର ପାଇଁ ଉପାଦେୟ।

ଓଟ୍‌ସ– ଏହା ପାଚନ ପ୍ରକ୍ରିୟାକୁ ତ୍ୱରିତ କରିଥାଏ। ଶରୀରକୁ ହାଲୁକା ଅନୁଭବ କରାଇବା ସହ ସତେଜ ରଖେ।

ସେଓ– ବ୍ରେକଫାଷ୍ଟରେ ଗୋଟିଏ ସେଓ ଖାଇବା ଉଚିତ। ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ୱ ମିଳିବା ସହ ଦେହ ଫୁର୍ତ୍ତି ରହେ। ସେଓ ଖାଇବା ଦ୍ୱାରା ଡାଇବେଟିସ, ହୃଦରୋଗ, ବ୍ଲଡ୍ ପ୍ରେସର ଓ ଅନ୍ୟାନ୍ୟ ରୋଗ ସମସ୍ୟା ଦୂର ହୋଇଥାଏ।

ଅଣ୍ଡା– ସକାଳୁ ଗୋଟିଏ ଅଣ୍ଡା ଖାଇଲେ ଦେହକୁ ଶକ୍ତି ମିଳେ। ଯଦି ସମ୍ଭବ ତେବେ ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଖାଇପାରନ୍ତି। ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ ଥାଏ। ଶରୀରରେ ମାଂସପେଶୀକୁ ମଜଭୁତ କରିବା ପାଇଁ ଅଣ୍ଡା ଖାଇବା ଜରୁରୀ। ଅଣ୍ଡାର କେଶର ନଖାଇ ଧଳା ଅଂଶ ଖାଇପାରିବେ।

କଦଳୀ– ପ୍ରତିଦିନ ସକାଳୁ ୧ରୁ ୨ଟି କଦଳୀ ଖାଇବା ନିହାତି ଜରୁରୀ। ଏହା ଶରୀରରେ ସୁଗାରର ମାତ୍ରାକୁ ସନ୍ତୁଳିତ ରଖେ ଏବଂ ଅଳସୁଆ ଦୂର କରିଥାଏ।

Get real time updates directly on you device, subscribe now.