fbpx

ସୂର୍ଯ୍ୟରେ ଘଟିଲା ୨ଟି ବିସ୍ଫୋରଣ: ନାଲି ହୋଇଗଲା ଆକାଶ, NASA ଜାରି କଲା ଏହି ଆଶ୍ଚର୍ଯ୍ୟଜନକ ଫଟୋ

ନୂଆଦିଲ୍ଲୀ: ମହାକାଶ ଏପରି ଏକ ରହସ୍ୟମୟୀ ଦୁନିଆ ଯାହା ବିଷୟରେ ଯେତେ ଜାଣିଲେ ସୁଦ୍ଧା କମ ଲାଗିଥାଏ । ତେବେ ଏହାରି ମଧ୍ୟରେ ନାସା ଶୁକ୍ରବାର ଦିନ ଆଉ ଏକ ଫଟୋ ଜାରି କରିଛି, ଯାହା ବିଷୟରେ ଅପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ନାସା ସୂର୍ଯ୍ୟରେ ଘଟିଥିବା ଶକ୍ତିଶାଳୀ ବିସ୍ଫୋରଣକୁ ଜାରି କରିଛି । ଯେଉଁଥିରେ ମଜବୁତ ସୌର ଜ୍ୱଳାମାନ ବାହାରିବା ନଜର ଆସିଛି ।

ନାସା ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଏଜେନ୍ସିର ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଦୁଇଟି ବିସ୍ଫୋରଣକୁ ଜାରି କରିଛି । ଯାହାକି ୧୦ ମେ’ ରାତି ୯ଟା ୨୩ ମିନିଟରେ ହୋଇଥିବା ବେଳେ ୧୧ ମେ’ରେ ସକାଳ ୭ଟା ୪୪ ମିନିଟରେ ହୋଇଛି । ଅବଜରଭେଟୋରୀ ଏହି ଘଟଣାର ଅନେକ ଫଟୋ ମଧ୍ୟ ସେୟାର କରିଛି ।

ନାସା ସନ ଆଣ୍ଡ ସ୍ପେସ ନିଜ ଏକ୍ସ ଆକାଉଣ୍ଟରେ ଏହି ଘଟଣାର ଫଟୋ ଜାରି କରି ଲେଖିଛି ଯେ, ସୂର୍ଯ୍ୟ ୧୦-୧୧ ମେ’ ୨୦୨୪ରେ ଦୁଇଟି ଶକ୍ତିଶାଳୀ ସୌର ପ୍ରଜ୍ୱଳିତ କରିଛି, ଯାହା ୧୦ ମେ ରାତି ୯.୨୩ରେ ଘଟିଥିବା ବେଳେ ୧୧ ମେ’ ସକାଳ ୭.୪୪ରେ ଘଟିଥିଲା । ନାସା ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଘଟଣାର ଫଟୋ ଉଠାଇଛନ୍ତି, ଯାହାକୁ  X5.8 ଏବଂ X1.5 କ୍ଲାସ ପ୍ଲେୟର୍ସରେ ବର୍ଗୀକୃତ କରାଯାଇଥିଲା ।

Get real time updates directly on you device, subscribe now.