(Video) ବିସ୍ମୟ ଦୃଶ୍ୟ… ହଠାତ ରକ୍ତ ଭଳି ଲାଲ ହୋଇଗଲା ଆକାଶ: ଭୟଙ୍କର ରୂପ ଦେଖାଇଲା ସୌରଝଡ଼

ଓଡ଼ିଶା ଭାସ୍କର: ପୃଥିବୀ ଏବେ ତାର ଭୟଙ୍କର ରୂପ ଧାରଣ କରିଛି । ସବୁଜ ଆକାଶ ଆଜି ଅଚାନକ ରକ୍ତ ଭଳି ଲାଲ ରଙ୍ଗରେ ରଙଗୀନ ହୋଇଯାଇଛି । ଆକାଶର ଏଭଳି ଭୟଙ୍କର ରୌଦ୍ର ରୂପ ଦେଖିବା ପରେ ସମସ୍ତଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ସବୁଆଡ଼େ ହଠାତ୍ ଆକାଶ ଯେମିତି ଲାଲ ଚାଦର ଢାଙ୍କି ହୋଇ ଯାଇଛି । ନିଆଁର ଧାସ ଭଳି ସବୁକିଛି ଲାଲ ଦେଖାଯାଉଛି । ତେବେ ପୃଥିବୀ ସହ ସଂସ୍ପର୍ଶରେ ଆସିଥିବା ସୌରଝଡ଼ର ପ୍ରଭାବରେ ଏଭଳି ଘଟଣା ହୋଇଥିବା ଜାଣିବାକୁ ମିଳିଛି ।

ସମସ୍ତେ ବୁଲାବୁଲି କରୁଥିଲେ । ହଠାତ ସେହି ସମୟରେ ଅନ୍ଧାର ଆକାଶର ରଙ୍ଗ ଲାଲ ହୋଇଯାଇଛି । ଦେଖୁ ଦେଖୁ ରକ୍ତ ଭଳି ଲାଲ ହୋଇଗଲା । ଫିଲ୍ମରେ ଯେମିତି ଭିଏଫ୍ଏକ୍ସ ମାଧ୍ୟମରେ ଦେଖା ଯାଏ । ଠିକ ସେମିତି ହୋଇଗଲା ଆକାଶର ରଙ୍ଗ । ଲୋକେ ଆକାଶକୁ ଚାହିଁ ଭୟରେ ଥରିବାକୁ ଲାଗିଲେ । ଏମିତି କଣ ସବୁ ହେଉଛି ବୋଲି ଭାବିଛନ୍ତି । ତେବେ ପୃଥିବୀରେ ସୌରଝଡ଼ର ପ୍ରବେଶ ହୋଇଛି । ଯାହାର ପରିଣାମ ଏବେ ଲଦାଖରେ ଦେଖିବାକୁ ମିଳିଛି । ହଠାତ ଆଶାର ରଙ୍ଗ ଲାଲ ହୋଇଯାଇଛି ପୁରା ରକ୍ତ ଭଳି । ଏମିତି ଦୃଶ୍ୟକୁ ଦେଖି ସବୁ ଭୟରେ ଥରିବାକୁ ଲାଗିଛନ୍ତି । ନୀଳ ଦେଖା ଯାଉଥିବା ଆକାଶ ହଠାତ ତାର ରୂପ ରଙ୍ଗକୁ ବଦଳେଇ ଦେଇଛି । ଭୟଙ୍କର ରୂପ ଏବଂ ବିକଟାଳ ରୂପ ଦେଖାଇଛି ଲଦାଖର ସୁନ୍ଦର ଆକାଶ ।

ଏ ଦୁନିଆ ଆମକୁ ଅନେକ ଥର ଆଶ୍ଚର୍ଯ୍ୟ କରିଦିଏ । ପୃଥିବୀ ଆକାଶ ଜଳ ବାୟୁ ଅନେକ ସମୟରେ ସେମାନେ ତାର କଳାର ରୂପକୁ ଆମ ସାମ୍ନାରେ ଆଣି ରଖି ଦିଅନ୍ତି । ଯାହା ଅଦ୍ଭୁତ ବିଶ୍ମୟ ହୋଇଥାଏ । ସେମାନେ ତାର ରୂପଚର୍ଯ୍ୟାରେ ଆମକୁ ବିଭୋର କରିବା ସହ ଭୟଭିତ ମଧ୍ୟ କରିଦିଅନ୍ତି । ସେହିଭଳି ଏକ ଘଟଣା ଆଜି ଲଦାଖ ଆକାଶରେ ଦେଖାଯାଇଛି । ସୂଚନା ମୁତାବିକ ଏକ ତୀବ୍ର ସୌରଝଡ଼ ପୃଥିବୀକୁ କୁ ଧକ୍କା ଦେଇଛି । ଫଳରେ ଉତ୍ତର ଗୋଲାର୍ଦ୍ଧ ଜ୍ୟୋତି ଏବଂ ଦକ୍ଷିଣ ଗୋଲାର୍ଦ୍ଧ ଜ୍ୟୋତି ଉଭୟ ମିଶି ରାତିର ଆକାଶକୁ ବଦଳାଇ ଦେଇଛନ୍ତି । ଯାହାଫଳରେ ଲଦାଖର ହାନଲେସ୍ଥିତ ଡାର୍କ ସ୍କାଏ ରିଜର୍ଭ ସମେତ ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଆକାଶର ରଙ୍ଗ ପୁରା ରକ୍ତ ଭଳି ଲାଲ ହୋଇଯାଇଛି । ଏହି ଜ୍ୟୋତିକୁ ଅରୋରା ବୋଲି କୁହଯାଇଥାଏ ।