fbpx

ସୋମବାର ଏହି ସବୁ ସହରରେ ବନ୍ଦ ରହିବ ବ୍ୟାଙ୍କ: ବ୍ରାଞ୍ଚ ଯିବା ପୂର୍ବରୁ ଦେଖି ନିଅନ୍ତୁ ଲିଷ୍ଟ

ଓଡ଼ିଶା ଭାସ୍କର: ଆସନ୍ତାକାଲି ମେ’ ୨୦ ତାରିଖରେ ସପ୍ତାହର ପ୍ରଥମ ବ୍ୟବସାୟିକ ଦିବସରେ ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଦେଶର ପ୍ରାୟ ୪୯ଟି ସହରରେ ବ୍ୟାଙ୍କ ସେବା ବନ୍ଦ ରହିବ ବୋଲି ଜାଣିବାକୁ ମିଳିଛି । ଓଡ଼ିଶା ସମେତ ମୁମ୍ବାଇ, ଲକ୍ଷେ୍ନø, ବେଲାପୁର ଇତ୍ୟାଦି ସହରରେ ସୋମବାର ଦିନ ବ୍ୟାଙ୍କ ବନ୍ଦ ରହିବ । ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଯୋଗୁଁ ବ୍ୟାଙ୍କ ସେବାରୁ ଗ୍ରାହକ ମାନେ ବଞ୍ଚିତ ରହିବେ ।

ସୋମବାର ଦିନ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟିଙ୍ଗ ପାଇଁ ଦେଶର ୮ଟି ରାଜ୍ୟର ୪୯ଟି ସହରରେ ବ୍ୟାଙ୍କ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକାରେ ଓଡ଼ିଶା ସହିତ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମୁମ୍ବାଇ, ଲକ୍ଷେ୍ନø, ବେଲାପୁର ଏବଂ ବିହାର ଇତ୍ୟାଦି ରାଜ୍ୟରେ ବ୍ୟାଙ୍କ ସେବା ପ୍ରତିହତ ହେବ । ଓଡ଼ିଶାରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ମୋଟ ୫ଟି ସହରରେ ଗ୍ରାହକ ବ୍ୟାଙ୍କ ସେବାରୁ ବଞ୍ଚିତ ରହିବେ । ଭୋଟିଂ ପାଇଁ ସମସ୍ତଙ୍କୁ ମତଦାନର ସୁଯୋଗ ଦେବାକୁ ଆସନ୍ତାକାଲି ଛୁଟି ଘୋଷଣା କରାଯାଇଛି । ତେବେ ଏହି ଛୁଟିରେ କର୍ମଚାରୀ ମାନଙ୍କୁ ତାଙ୍କ ଦରମା ପ୍ରଦାନ କରାଯିବ । ବ୍ୟାଙ୍କ ଏବଂ ଅନ୍ୟ ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ବନ୍ଦ ରହିଲେ ମଧ୍ୟ ଏହି ଛୁଟିର ଦରମା ସରକାର କର୍ମଚାରୀଙ୍କୁ ପ୍ରଦାନ କରିବେ ।

ରାଜ୍ୟର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାରେ ବ୍ୟାଙ୍କ ସେବା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ଏହାବ୍ୟତୀତ ମହାରାଷ୍ଟ୍ରର ଧୁଳେ,ନାସିକ, ପାଲଘର, ଭିବଣ୍ଡୀ, କଲ୍ୟାଣ, ଥାନେ, ଉତ୍ତର-ପୂର୍ବ ମୁମ୍ବାଇ, ଉତ୍ତର-ମଧ୍ୟ ମୁମ୍ବାଇ, ଦକ୍ଷିଣ-ମଧ୍ୟ ମୁମ୍ବାଇ ଏବଂ ଦକ୍ଷିଣ ମୁମ୍ବଇରେ ମତଦାନ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିବ । ସେହିପରି ଉତ୍ତରପ୍ରଦେଶର ୧୪ଟି ସହରରେ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ପଶ୍ଚିମବଙ୍ଗରେ ୭, ବିହାରରେ ୫, ଝାଡ଼ଖଣ୍ଡରେ ୩, ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖରେ ଗୋଟିଏ ଲେଖାଏଁ ସିଟରେ ଭୋଟିଂ ହେବାକୁ ଯାଉଛି । ଯେଉଁଥିପାଇଁ ଏହିସବୁ ସ୍ଥାନରେ ବ୍ୟାଙ୍କ ସେବାରୁ ଗ୍ରାହକମାନେ ବଞ୍ଚିତ ରହିବେ ।

Get real time updates directly on you device, subscribe now.