fbpx

(Video): EVM ମେଶିନକୁ ପିନ୍ଧାଇଲେ ଫୁଲ ମାଳ, ନାସିକ ମତଦାନ କେନ୍ଦ୍ରରେ ସ୍ୱାଧୀନ ପ୍ରାର୍ଥୀଙ୍କ ଅଜବ କାରନାମା

ମୁମ୍ବାଇ: ଆଜି ଦେଶର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସାଧାରଣ ଜନତାଙ୍କ ସମେତ ଅନେକ ବି-ଟାଉନ୍ ସେଲିବ୍ରିଟିମାନେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ଏଥିପାଇଁ ମହାରାଷ୍ଟ୍ରରେ ଭୋଟିଂକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନାସିକରେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନାସିକର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେବା ପାଇଁ ଆସିଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ EVM ମେଶିନକୁ ଫୁଲ ମାଳ ପିନ୍ଧାଇଥିଲେ । ଏହି ସ୍ୱାଧୀନ ପ୍ରାର୍ଥୀଙ୍କ ନାଁ ହେଉଛି ଶାନ୍ତିଗିରି ମହାରାଜ । ସେ ନିଜ ମତଦାନ ସାବ୍ୟସ୍ତ କରିବା ପରେ ବେଶ ଖୁସି ଜଣାପଡ଼ୁଥିଲେ । ପରେ EVM ମେଶିନକୁ ଫୁଲ ମାଳ ପିନ୍ଧାଇ ଅଭିବାଦନ ଜଣାଇଥିଲେ । ଏଏନଆଇ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି ।

Get real time updates directly on you device, subscribe now.