fbpx

ଜିଅନ୍ତା ମାଛକୁ ପାଟିରେ ପୁରାଇ କରୁଥିଲେ ଟିକ୍ ଟକ୍ ଭିଡିଓ, ତଣ୍ଟିରେ ଅଟକିଯିବାରୁ ଉଡିଗଲା ପ୍ରାଣବାୟୁ

ଆଜିକାଲିର ଯୁବପିଢିକୁ ଲାଗିଛି ଟିକ୍ ଟକ୍ର ନିଶା । କେତେ ଯେ ଭିଡିଓ ପ୍ରସ୍ତୁତ କରାବେଳେ ମଲେଣି, ତାର ଠିକଣା ନାହିଁ । ତଥାପି ଲୋକମାନେ ଏଥିରୁ କିଛି ଶିକ୍ଷା ପାଉନାହାନ୍ତି । ସେହିପରି ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଟିକଟକରେ ଅଧିକ ଲାଇକ୍ ପାଇବା ପାଇଁ ଜିଅନ୍ତା ମାଛ ଗିଳିଦେଇଥିଲେ । କିନ୍ତୁ ଫଳ ହେଲା ଓଲଟା । ମାଛଟି ତଣ୍ଟିରେ ଅଟକିଯିବାରୁ ୨୨ ବର୍ଷର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ତେବେ ତାମିଲନାଡିର ହୋସୁର ହ୍ରଦରେ ଜଣେ ଯୁବକ ମାଛ ଧରିବାକୁ ଯାଇଥିଲେ । ସେଠାରେ ଜୀଅନ୍ତା ମାଛକୁ ଗିଳୁଥିବାର ଟିକ୍ ଟକ୍ ଭିଡିସ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ । ଟିକ୍ ଟକ୍ ଭିଡିଓ ତିଆରି କରିବା ସମୟରେ ଜିଅନ୍ତା ମାଛକୁ ଗିଳିବା ଆରମ୍ଭ କରିଥିଲେ । କିନ୍ତୁ ମାଛଟି ଯୁବକର ତଣ୍ଟି ବା ଗଳାରେ ଅଟକି ଯାଇଥିଲା । ଯେତେବେଳେ ଯୁବକ ଜଣକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ, ସେବେ ତାଙ୍କ ସାଙ୍ଗମାନେ ତାଙ୍କୁ ପିଠିକୁ ଦବାଇଥିଲେ । କିନ୍ତୁ କିଛି ଲାଭ ହୋଇନଥିଲା ।

ସାଙ୍ଗେ ସାଙ୍ଗେ ଯୁବକଙ୍କୁ ତାଙ୍କ ସାଙ୍ଗମାନେ ତୁରନ୍ତ ଏକ ସରକାରୀ ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା । ତେବେ ମୃତ୍ୟୁ ପୂର୍ବରୁ ଯୁବକମାନେ ତାଙ୍କ ସାଙ୍ଗମାନଙ୍କ ସହ ମଦ୍ୟପାନ କରିଥିବା ଜଣାପଡିଛି ।

Get real time updates directly on you device, subscribe now.