fbpx

ରାଜ୍ୟରେ ପୁଣି ବଢିଲା ତାତି, ୫ ଦିନ ପର୍ଯ୍ୟନ୍ତ ଲାଗିରହିବ ଖରା

ଭୁବନେଶ୍ୱର: ରାଜ୍ୟରେ କିଛିଦିନର ଖରାରୁ ଆଶ୍ୱସ୍ତି ମିଳିବା ପରେ ପୁଣି ତାତି ବଢିଛିା ଏହି ତାତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି । ଦିନ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିବାନୁସାରେ ଓଡିଶାରେ କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ସବୁଆଡେ ଗ୍ରୀଷ୍ମର ପ୍ରକୋପ ଜାରି ରହିବ । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳିର ପ୍ରଭାବ ଜାରି ରହିବ ।

ରାଜ୍ୟରେ ତାପମାତ୍ରା ବୃଦ୍ଧି ହେଲେ ବି ଦିନରେ ଅତ୍ୟଧିକ ତାପମାତ୍ରା ରହିବ ନାହିଁ । ରାଜ୍ୟର ଉପକୂଳିଆ ଅଞ୍ଚଳ ମାନଙ୍କରେ ତାପମାତ୍ରା କମ ଏବଂ ଅଧିକ ଆର୍ଦ୍ରତା ଥିବାରୁ ସେଠାରେ ବେଶୀ ଗୁଳଗୁଳି ଅନୁଭୂତ ହେଉଛି ।

ସେହିପରି ଆଗାମୀ ଚାରି ୫ ଦିନ ମଧ୍ୟରେ ଓଡିଶାରେ ମୌସୁମୀର ପ୍ରଭାବ ଦେଖାବାକୁ ମିଳିବ । ଏହି ବର୍ଷ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ଥିବା ବେଳେ କେତେକ ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ରାଜ୍ୟରେ କିଛି ସହର ଗୁଡିକରେ ତାପମାତ୍ରା ଆଜି ୪୦ ଡିଗ୍ରୀ ରହିଛି । ଝାରସୁଗୁଡା ୪୨.୪ ଡିଗ୍ରୀ, ସମ୍ବଲପୁର ୪୦.୭ ଡିଗ୍ରୀ, ନୂଆପଡା ୪୦.୪ ଡିଗ୍ରୀ, ବଲାଙ୍ଗୀର ୪୦.୩ ଏବଂ ସୋନପୁର, ଟିଟଲାଗଡରେ ୪୦, କଟକରେ ୩୫.୫ ଡିଗ୍ରୀ ରେକର୍ଡରେ ହ୍ରାସ ପାଇଛିା

Get real time updates directly on you device, subscribe now.