fbpx

ଖରାଦିନେ Ice-Cream ଖାଉଥିଲେ ସାବଧାନ୍! ସୁଆଦିଆ ଖାଇବାରେ ହୋଇପାରେ ୬ଟି ବଡ଼ କ୍ଷତି

ଓଡ଼ିଶା ଭାସ୍କର: ସାଧାରଣ ଭାବେ ଗରମ ଦିନେ ସମସ୍ତେ ଆଇସକ୍ରିମ, ସରବତ, ଲସି ଆଦି ଥଣ୍ଡା ଜାତୀୟ ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପାଟିକୁ ସୁଆଦିଆ ଲାଗୁଥିଲେ ହେଁ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ । ଆପଣମାନେ ଖାଉଥିବା ଆଇସକ୍ରିମକୁ ସଂରକ୍ଷିତ କରି ରଖିବା ପାଇଁ ସେଥିରେ ଅନେକ ପ୍ରକାରର ହାନିକାରକ କେମିକାଲ ମିଶାଯାଇଥାଏ । ଏଥିସହିତ ସେଥିରେ ବହୁ ମାତ୍ରାରେ ଶୁଗର ରହିଥାଏ, ଯାହାକି ଆମର ସ୍ୱାସ୍ଥ୍ୟ ପ୍ରତି ଖରାପ ଅଟେ ।

୧- ଯଦି ଆପଣମାନେ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି ତେବେ ଆଇସକ୍ରିମ ଖାଇବାରୁ ଦୂରେଇ ରୁହନ୍ତୁ । ଆଇସକ୍ରିମକୁ ପ୍ରସ୍ତୁତ କରିବା ପାଇଁ ଅତ୍ୟଧିକ ମାତ୍ରାରେ ଶୁଗର ପ୍ରୟୋଗ କରାଯାଇଥାଏ । ତେଣୁ ଏପରି ସ୍ଥିତିରେ ଆପଣଙ୍କର ଶୁଗର ସ୍ତର ଅଚାନକ ବୃଦ୍ଧି ପାଇ ସମସ୍ୟା ଡାକି ଆଣିପାରେ ।

୨- ଆଇସକ୍ରିମ ଅତ୍ୟଧିକ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେଥିରେ ଅନେକ କେମିକାଲ୍ସ ବ୍ୟବହାର କରାଯାଉ ଥିବାରୁ ତାହା ହୃଦ୍ ସମ୍ବନ୍ଧିତ ବୀମାରୀକୁ ଆମନ୍ତ୍ରଣ କରିଥାଏ ।

୩- ଏଥିସହିତ ଏହାକୁ ଅଧିକ ସେବନ କଲେ ଆପଣଙ୍କର ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ । ଆପଣଙ୍କର ପାଚନତନ୍ତ୍ର ସମ୍ବନ୍ଧୀୟ ସମସ୍ୟା ରହିଥିଲେ ଆଇସକ୍ରିମ୍ ଆଦୌ ଖାଆନ୍ତୁ ନାହିଁ ।

୪- ଆଇସକ୍ରିମ ସେବନ ଫଳରେ ଥଣ୍ଡା, ସର୍ଦି ହେବାର ଆଶଙ୍କା ରହିଥାଏ । ତେଣୁ ଆଇସକ୍ରିମ ଖାଇବା ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ ।

୫- ଅଧିକ ମାତ୍ରାରେ ଏହାକୁ ସେବନ କଲେ ଦାନ୍ତରେ କ୍ୟାଭିଟିର ସମସ୍ୟା ବଢ଼ିପାରେ । ତେଣୁ ଆଇସକ୍ରିମ ଖାଇବାର କିଛି ସମୟ ପରେ ବ୍ରଶ୍ କରିବା ଆବଶ୍ୟକ । ଫଳରେ ଦାନରେ ଲାଗି ରହିଥିବା ଆଇସକ୍ରିମ୍ ବାହାରିଯିବ ।

୬- ଆଇସକ୍ରିମରେ ଅତ୍ୟଧିକ ମାତ୍ରାରେ କ୍ୟାଲୋରୀ ରହିଥିବାରୁ ଏହାକୁ ଖାଇଲେ ଆପଣଙ୍କର ଶରୀରରେ କ୍ୟାଲୋରୀ ବଢ଼ିଯିବ । ତେଣୁ ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଆପଣ ମୋଟାପ୍ପାର ଶିକାର ହୋଇ ପାରନ୍ତି । ତେଣୁ ମୋଟାପ୍ପା ହ୍ରାସ ପାଇଁ ପ୍ରୟାସ କରୁଥିବା ଲୋକମାନେ ଆଇସକ୍ରିମ ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.