fbpx

(Video) ୨୦୨୪ ନିର୍ବାଚନ ଓଡ଼ିଶା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ହେବ; କାହିଁକି ଏପରି କହିଲେ ପୂର୍ବତନ IG ବଟକୃଷ୍ଣ ତ୍ରିପାଠୀ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି-ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି । ବିଜେପି ନେତାମାନେ ଯେ କେବଳ ନିର୍ବାଚନ ପ୍ରଚାର କରୁଛନ୍ତି ତାହା ନୁହେଁ, ସେମାନେ ଖୋଲା ଖୋଲି ବିଜେଡି ସରକାରଙ୍କୁ ଟାର୍ଗେଟ କରୁଛନ୍ତି, ଯାହାକି ପୂର୍ବରୁ ଏତେ ଦେଖାଯାଇନଥିଲା । ଏହାର ଜବାବରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର କରି ବିଜେପିକୁ ଜବାବ ଦେଉଛନ୍ତି ।

ତେବେ ଏତେ ସବୁ ଭିତରେ ନିର୍ବାଚନ ଫଳାଫଳକୁ ନେଇ ଏପରି କହିଲେ ପୂର୍ବତନ IG ବଟକୃଷ୍ଣ ତ୍ରିପାଠୀ । ଓଡ଼ିଶାରେ କିଏ ଗଢ଼ିବ ସରକାର, ଖୋଲି କହିଦେଲେ ପୂର୍ବତନ IG ବଟକୃଷ୍ଣ ତ୍ରିପାଠୀ । ଏନିର୍ବାଚନରେ ବିଜେଡି ଆଗରୁ ଯେଉଁ ହିସାବରେ ଭାବିଥିଲା ଆସିବ ବୋଲି ତାହା ସମ୍ଭବ ନୁହେଁ ବୋଲି ମତ ରଖିଛନ୍ତି ପୂର୍ବତନ IG। ଗୋଟିଏ ନିର୍ବାଚନ ସିଜିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏତେ ଥର ଓଡ଼ିଶା ଗସ୍ତ କେବେ ଦେଖିବାକୁ ମିଳିନଥିଲା ।

Get real time updates directly on you device, subscribe now.