fbpx

ଏହି ମାସରେ ପଡୁଛି ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତରେ ଦୃଶ୍ୟମାନ ହେବ କି ନା ଜାଣି ନିଅନ୍ତୁ

ଓଡ଼ିଶା ଭାସ୍କର: ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ମହାଜାଗତିକ ଘଟଣା ହୋଇଥିଲେ ବି ଏହା ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିରୁ ବି ବେଶ୍ ମହତ୍ତ୍ୱପୂର୍ଣ୍ଣ । ଏହା ସହିତ ଯେତେବେଳେ ପୂର୍ଣ୍ଣ ଗ୍ରହଣ ଲାଗିଥାଏ ସେତେବେଳେ ଏହାର ଦୃଶ୍ୟ ତ ବହୁତ ମନମୋହକ ହୋଇଥାଏ । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୮, ୨୦୨୪ରେ ଲାଗିଥିଲା । କିନ୍ତୁ ଏହି ପ୍ରଥମ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହୋଇ ନ ଥିଲା । ତେବେ ଆପଣ ଜାଣନ୍ତି କି ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ କେବେ ଲାଗିବ? ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ କି ନା?
ଚଳିତ ବର୍ଷ ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ୨ରେ ଲାଗିବ । ଏହି ସୂର୍ଯ୍ୟପରାଗ ସମୟ ରାତି ୯ଟା ୧୩ ପିଏମ୍‌ରୁ ଆଗାମୀ ଦିନ ସକାଳ ୩ଟା ୧୭ ଏଏମ୍ ପର୍ଯ୍ୟନ୍ତ ରହିବ । ଏହି ସୂର୍ଯ୍ୟପରାଗ ବହୁତ ଲମ୍ବା ରହିବ ଓ ଏହାର ଅବଧି ୬ ଘଣ୍ଟା ପର୍ଯ୍ୟନ୍ତ ରହିବ । ଏହି ସୂର୍ଯ୍ୟପରାଗ ମଧ୍ୟ ଭାରତରେ ନଜର ଆସିବ ନାହିଁ ଏହା ରାତିରେ ଲାଗିବ ।
ସାଧାରଣତଃ ସୂର୍ଯ୍ୟପରାଗର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଲାଗୁ ହୋଇଥାଏ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ପୂଜାପାଠ, ମାଙ୍ଗଳିକ କାର୍ଯ୍ୟ ଇତ୍ୟାଦି ମନା ହୋଇଥାଏ । ଗର୍ଭବତୀ ମହିଳାଙ୍କୁ ବି ବହୁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଥାଏ । କିନ୍ତୁ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେଉ ନ ଥିବାରୁ ଏହାକୁ ନେଇ କୌଣସି ପ୍ରକାର ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ନାହିଁ ।
ଏହି ସୂର୍ଯ୍ୟପରାଗ ଆର୍କଟିକ୍‌, ଆର୍ଜେଣ୍ଟିନା, ଫିଜି, ଚିଲି, ପେରୁ, ବ୍ରାଜିଲ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆମେରିକା ଆଦି ଦେଶରେ ଦୃଶ୍ୟମାନ ହେବ ।

Get real time updates directly on you device, subscribe now.