fbpx

ଆସିବାକୁ ଯାଉଛି କରୋନାଠାରୁ ବଡ ମହାମାରୀ, ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କଲା WHO

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସମଗ୍ର ବିଶ୍ୱକୁ ଅନ୍ୟ ଏକ ମହାମାରୀର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବାକୁ କହିଛି । ଏହି ମହାମାରୀ କୋଭିଡ-୧୯ ଅର୍ଥାତ୍ କରୋନା ଠାରୁ ବଡ ହୋଇପାରେ । ବ୍ରିଟିଶର ବରିଷ୍ଠ ବୈଜ୍ଞାନିକଙ୍କ ଚେତାବନୀ ପରେ ଡବ୍ଲୁଏଚଓ ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ।

ଦି ଗାର୍ଡିଆନ୍ ରିପୋର୍ଟ ଅନୁଯାୟୀ ବ୍ରିଟେନର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପାଟ୍ରିକ୍ ଭାଲାନ୍ସ କୋଭିଡ ଅପେକ୍ଷା ଅଧିକ ବିପଜ୍ଜନକ ରୋଗ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଛନ୍ତି ଏବଂ ସତର୍କ ରହିବାକୁ କହିଛନ୍ତି । ଭାଲାନ୍ସ ବିଶ୍ୱକୁ ଚେତାବନୀ ଦେଇଛନ୍ତି ଯେ ଯଦି ଆମେ ବର୍ତ୍ତମାନ ଏହି ରୋଗ ବିଷୟରେ ସଚେତନ ହେବା, ତେବେ ଏହା ଆସିବା ପରେ କୋଭିଡ ପରି ପ୍ରତିବନ୍ଧକକୁ ଏଡାଇ ପାରିବା ।

ଡବ୍ଲୁଏଚଓ ଏହାକୁ ମଧ୍ୟ ଗମ୍ଭୀରତାର ସହ ନେଇଛି ଏବଂ ବର୍ତ୍ତମାନଠାରୁ ଏହି ମହାମାରୀର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିଶ୍ୱର ସଦସ୍ୟ ଦେଶମାନଙ୍କୁ କହିଛି । ଡଐଙ କହିଛି ଯେ ଏହି ବିଶ୍ୱ ମହାମାରୀର ମୁକାବିଲା ପାଇଁ ଆନ୍ତର୍ଜାତୀୟ ସମନ୍ୱୟ ଆବଶ୍ୟକ । ତେଣୁ ସମସ୍ତ ଦେଶକୁ ବର୍ତ୍ତମାନଠାରୁ ଆଗକୁ ଆସି ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ । ଏହି ମହାମାରୀ ଆସିବା ପାଇଁ ଆମେ ଅପେକ୍ଷା କରିବା ଉଚିତ୍ ନୁହେଁ, କିନ୍ତୁ ବର୍ତ୍ତମାନ ଏହାର ମୁକାବିଲା ପାଇଁ ଉପାୟ ଖୋଜିବା ଆରମ୍ଭ କରିବା ଉଚିତ୍ ।

Get real time updates directly on you device, subscribe now.