fbpx

ପୁଣିଥରେ ଏଲନ ମସ୍କ ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, Bernard Arnaultଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ପଦବୀ ପୁଣିଥରେ ଟେସଲାର ସିଇଓ ଏଲନ ମସ୍କଙ୍କ ପାଖକୁ ଚାଲିଯାଇଛି । ସେ ବର୍ନାର୍ଡ ଅର୍ନୋଲ୍ଟ ଏବଂ ଜେଫ ବେଜୋସଙ୍କୁ ପଛରେ ପକାଇ ନଂ-୧ ସ୍ଥାନ ଅଧିକାର କରିଛନ୍ତି । ଏଲନ ମସ୍କଙ୍କ ନେଟ ୱର୍ଥ ୨୧୦.୭ ଆରବ ଡଲାର ହୋଇଯାଇଛି । ବର୍ନାଡ ଅର୍ନୋଲ୍ଟଙ୍କ ନେଟ ୱର୍ଥ ପାଖାପାଖି ୨୦୧ ଆରବ ଡଲାର ଏବଂ ଜେଫ ବେଜୋସଙ୍କ ୧୯୭.୪ ଡଲାର ରହିଛି ।

ଫୋବର୍ସ ରିୟଲ ଟାଇମ ବିଲିୟନେୟାର ଲିଷ୍ଟ ମୁତାବକ, ଏଲନ ମସ୍କଙ୍କ ସଂପତ୍ତି ତାଙ୍କ କମ୍ପାନୀମାନଙ୍କ ଷ୍ଟକରେ ବୃଦ୍ଧି ପାଇବା ଦେଖାଦେଇଛି । ସେ ଟେସଲା, ସ୍ପେସ ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପରି କମ୍ପାନୀମାନଙ୍କ ମାଲିକ । ସେ ଏକ୍ସକୁ ୪୪ ବିଲିୟନ ଡଲାରରେ କିଣିଥିଲେ । ଫୋବର୍ସ ଲିଷ୍ଟରେ ୩୧ ମେ ପର୍ଯ୍ୟନ୍ତ ସଂଖ୍ୟା ସାମିଲ କରାଯାଇଛି । ଏହା ଅନୁଯାୟୀ, ଫେସବୁକର ସିଇଓ ମାର୍କ ଜୁକରବର୍ଗ ୧୬୩.୯ ଆରବ ଡଲାରର ସଂପତ୍ତି ସହ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି ଏବଂ ଲାରୀ ଏଲିସନ ୧୪୬.୨ ବିଲିୟନ ଡଲାର ସଂପତ୍ତି ସହ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.