fbpx

ବିଧାନସଭା ଜନାଦେଶ: ସାମ୍ନାକୁ ଆସିଲା ୧୯ଟି ଆସନର ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି କରାଯିବ । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ ବାଲାଟ ଗଣନା କରାଯିବ । ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି ।

ତେବେ ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ କେଉଁ ଦଳ କେତେ ସିଟରେ ଜିତୁଛି ତା’ ଉପରେ ସଭିଙ୍କ ନଜର । ବର୍ତ୍ତମାନ ସୁଦ୍ଧା ବିଜେଡି ୬ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି ୧୩ଟି ଆସନରେ ଓ କଂଗ୍ରେସ ୬ଟି ଆସନରେ ଆଗରେ ରହିଛି । ବାଙ୍କିରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ, ବ୍ରହ୍ମଗିରିରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର, ପୁରୀ ଆସନରୁ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି, ଘଷିପୁରା ଆସନରୁ ସ୍ୱାଦଈନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି ।

Get real time updates directly on you device, subscribe now.