fbpx

ବଜ୍ରାଘାତରେ ୪ ମୃତ, ୪ ଗୁରୁତର

ଭୁବନେଶ୍ୱର: ରାଜ୍ୟରୁ ଆସିଛି ବଡ ଦୁଃଖଦ ଖବର । ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ଆଜି ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । କରଞ୍ଜିଆ ମହୁଲଡିଆ ଥାନା କୋଇଲିପାଳ ଗାଁରେ ବଜ୍ରାଘାତ ଘଟି ଝିଅ ମୃତ୍ୟୁବରଣ କରିଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଗୁରୁତର ବାପାଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଖଣ୍ଡପଡା ଗୌଡପାଟଣା ଗାଁରେ ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । କାମାକ୍ଷାନଗର ବାଘୁଆ ଗ୍ରାମରେ ଦୁଇ ଫାଇନାନ୍ସ କର୍ମଚାରୀ ମୃତ ଓ ୨ଜଣ ମହିଳା ଗୁରୁତର ହୋଇଛନ୍ତି । ସେହିପରି ଖଡିଆଳ କିରିକିଟା ଗାଁରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି ।

Get real time updates directly on you device, subscribe now.