fbpx

ନିଟ୍ ୟୁଜି ୨୦୨୪ ଶୁଣାଣି; ଗ୍ରେସ୍ ମାର୍କ ବାତିଲ, ଜୁନ୍ ୨୩ରେ ହୋଇପାରେ ପୁନଃ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ହୋଇଥିବା ବିବାଦ ଉପରେ ସୁପ୍ରିମକୋର୍ଟରେ ଆଜି ତିନିଟି ଆବେଦନର ଶୁଣାଣି ହୋଇଛି। ଗ୍ରେସ୍ ମାର୍କ ଦିଆଯାଇଥିବା ୧୫୬୩ ନିଟ୍-ୟୁଜି ୨୦୨୪ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି। ଏହି ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନଃ ପରୀକ୍ଷା ଦେବାର ବିକଳ୍ପ ଦିଆଯିବ ବୋଲି କେନ୍ଦ୍ର କହିଛି। ଯେଉଁମାନେ ପୁନଃ ପରୀକ୍ଷା ଦେବାକୁ ଚାହୁଁନାହାନ୍ତି, ସେମାନଙ୍କ ପ୍ରକୃତ ମାର୍କକୁ ବିଚାରକୁ ନିଆଯିବ।

ଅନ୍ୟପକ୍ଷରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଟ୍ ପରୀକ୍ଷାରେ କୌଣସି ଦୁର୍ନୀତି ହୋଇନାହିଁ। ୨୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୁପ୍ରିମକୋର୍ଟଙ୍କୁ ଜବାବ ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ବିଚାରକୁ ନେଇ ଶିକ୍ଷାବିତ୍ଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସରକାର ଏହାକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବେ। ଏନ୍ଟିଏ ଦେଶରେ ୩ଟି ପ୍ରମୁଖ ପରୀକ୍ଷା ଯଥା ନିଟ୍, ଜେଇଇ ଓ ସିୟୁଇଟି ସଫଳତାର ସହ ଆୟୋଜନ କରୁଛି। ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଯେଉଁମାନେ ଗ୍ରେସ୍ ମାର୍କ ପାଇଛନ୍ତି ସେମାନେ ପୁନଃ ପରୀକ୍ଷା ଦେଇପାରିବେ ବୋଲି ଦର୍ଶାଇ କୋର୍ଟ ଗ୍ରେସ୍ ମାର୍କ ପ୍ରସଙ୍ଗରେ ବିଚାର କରିଛନ୍ତି। ଅନ୍ୟାନ୍ୟ ପ୍ରସଙ୍ଗରେ ମାନ୍ୟବର ଅଦାଲତ କହିଛନ୍ତି ଯେ ଜୁଲାଇ ୮ରେ ମାମଲାର ଶୁଣାଣି କରାଯିବ ଏବଂ ସେହି ଦିନ ସେହି ପ୍ରସଙ୍ଗଗୁଡିକର ଶୁଣାଣି ଓ ନିଷ୍ପତି ହୋଇପାରିବ ବୋଲି ଆବେଦନକାରୀଙ୍କ ଓକିଲ ଶ୍ୱେତାଙ୍କ ଶୈଳକୱାଲ ନିଟ୍ ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି କରି କହିଛନ୍ତି।

 

 

Get real time updates directly on you device, subscribe now.