fbpx

(Video) ହାରିକି ବି ଜିତି ଯାଇଛନ୍ତି ନବୀନ ପଟ୍ଟନାୟକ; ଏହି ସବୁ କାରଣ ନବୀନଙ୍କୁ ପରାଜୟ ପରେ ବିଜୟ କରାଇଛି…

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ୨୦୨୪ ପୂର୍ବରୁ ଗଣତନ୍ତ୍ରର ପ୍ରକ୍ରିୟା କଣ କେହି ବୁଝି ନଥିଲେ। ପରାଜୟ ପରେ ଶତ୍ରୁ କରି ନେଉଥିଲେ। କିନ୍ତୁ ୨୦୨୪ରେ ନବୀନ ଶିଖାଇଲେ ପରାଜୟ ପରେ କେମିିତି ହୃଦୟ ଜିତା ଯାଏ । କେମିତି ପରାଜୟ ପରେ ବି ବିଜୟ ହାସଲ ହୁଏ । ହଁ ଆଜ୍ଞା ୨୪ ବର୍ଷ ଗୋଟିଏ ଛୋଟିଆ ସମୟ ନୁହେଁ । ଆଉ ସେହି ୨୪ ବର୍ଷର ସରକାର ଓଡ଼ିଶାରେ ଭାଙ୍ଗି ଯାଇଛି । ନବୀନଙ୍କ ଗଡ଼ରେ ବିଜୟର ପତାକା ଉଡ଼ାଇଛି ବିଜେପି । ନବୀନ ପାଲଟି ଯାଇଛନ୍ତି ମୁଖ୍ଯମନ୍ତ୍ରୀରୁ ବିଧାଯକ ଏବଂ ମୋହନ ମାଝି ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଏଭଳି କଥା ନବୀନଙ୍କୁ ବ୍ୟତି ବ୍ୟସ୍ତ କରିପାରିନି ।

ସେ କାଲି ଯେମିତି ନବୀନ ହସୁଥିଲେ ଆଜି ବି ସେମିତି ହସୁଛନ୍ତି । ଯଦି ଦେଖିବା ଗଣତନ୍ତ୍ରର ଏମିତି କିଛି ଦୁର୍ଲ୍ଲଭ ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଜି ପରାଜୟ ପରେ ବି ବିଜୟ କରାଇ ଦେଇଛି । ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି ନବୀନ । ଯାହା କେଉଁଠି ବି ହୋଇ ନଥିଲା ତାହା ଓଡ଼ିଶାରେ ହୋଇଛି । ନବୀନ ହିଁ ସେହି ବ୍ୟକ୍ତିତ୍ୱ ଏମିତି କାର୍ଯ୍ୟ କରିବାକୁ ସାହାସ ରଖିଛନ୍ତି । ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ ନବୀନଙ୍କୁ ମିଳିଛି ସମ୍ମାନ ପରେ ସମ୍ମାନ । ମ୍ୟୁମନ୍ତ୍ରୀ ଥିବା ସମୟରେ ଯେମିତି ସମ୍ମାନ ମିଳୁଥିଲା ମୁଖ୍ୟମନ୍ତ୍ରୀ ନଥିଲା ବେଳେ ମଧ୍ୟ ସେମିତି ସମ୍ମାନ ମିଳିଛି । ନବୀନଙ୍କୁ ଦେଖି ଏକା ସାଙ୍ଗରେ ଛିଡ଼ା ହୋଇ ଯାଇଛନ୍ତି ବଡ଼ ବଡ଼ ନେତା । ଯାହା ବହୁତ ସୁନ୍ଦର ମୁହୂର୍ତ୍ତ ।

ନବୀନ ଯେତେବେଳେ ମଞ୍ଚ ଉପରକୁ ଆସିଥିଲେ ସେତେବେଳେ ଲୋକଙ୍କ ଉତ୍ସାହରେ ଜଣା ପଡ଼ିଯାଇଥିଲା ନବୀନ ମଞ୍ଚକୁ ଆସିଲେ ବୋଲି । ଏହା ପରେ ମୋଦୀ ଦଉଡ଼ି ଯାଇ ନବୀନଙ୍କ ସହ ହାତରେ ହାତ ମିଶାଇ ହାଲଚାଲ ପଚାରିଥିଲେ । କିଛି ସମୟ ଦୁହେଁ କଥା ହୋଇଥିଲେ । ଏହା ପରେ ରାଜନାଥ ସିଂ ମଧ୍ୟ ବହୁତ ପାଖରୁ ନବୀନଙ୍କ ହାତକୁ ଧରି ବହୁତ ଆପଣାର ସହିତ କଥା ହୋଇଥିଲେ । ଶାହା ମଧ୍ୟ ଯଥେଷ୍ଟ ସମ୍ମାନ ଦେଇଥିଲେ ନବୀନଙ୍କୁ । ଏହି ସମୟରେ ନବୀନଙ୍କ ମୁହଁରେ ଦୁଃଖ ନୁହେଁ ଥିଲା ଖାଲି ହସ । ନବୀନ ମଧ୍ୟ ଜଣ ଜଣଙ୍କୁ ବ୍ୟକ୍ତିଗତ ରୂପରେ ପାଖକୁ ଯାଇ ହସି ହସି ଶୁଭେଚ୍ଛାଜଣାଇଥିଲେ ।

ଗଣତନ୍ତ୍ରରେ ଏମିତି ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ବିରୋଧି ହୋଇ ମଧ୍ୟ ନବୀନ ସମସ୍ତଙ୍କ ସହ ଭଲରେ ଭଲରେ ମିଶି ଯାଇଥିଲେ । ନିଜେ ହାରି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ଯେଉଁ ଦୃଶ୍ୟ ପାଇଁ ନବୀନ ଆଜି ପରାଜୟ ପରେ ବିଜୟ ହାସଲ କରିଛନ୍ତି । ଗଣତନ୍ତ୍ରର ଏଭଳି ହାର ଜିତର ପ୍ରକ୍ରିୟାରେ ଭାଙ୍ଗି ପଡ଼ି ନାହାଁନ୍ତି ନବୀନ । ପରାଜୟ ପରେ ନବୀନ ବିରୋଧିଙ୍କୁ ସମାଲୋଚନା କରି ନାହାଁନ୍ତି । ଜଣ ଜଣ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଭଲ କାମ କରିବାକୁ ଆଶା ରଖିଛନ୍ତି । ଯେଉଁଥିପାଇଁ ନବୀନଙ୍କୁ ପରାଜୟ ପରେ ସମସ୍ତେ ଝୁରୁଛନ୍ତି ।

ସେପଟେ ଏବେ ଚିନ୍ତା ବଢ଼ାଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ବାସଭବନ କେଉଁ ସ୍ଥାନ ହେବ । କାରଣ ଦୀର୍ଘ ୨୪ ବର୍ଷ ହେବ ନିଜ ବାସଭବନଙ୍କୁ ମୁଖ୍ୟମନ୍ତ୍ରୀ ଆବାସ କରିଥିଲେ ନବୀନ । ଯେଉଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତାଙ୍କୁ ମିଳଥିଲା ତାହାକୁ ସେ ବ୍ୟବହାର କରିନଥିଲେ । ଶେଷ ଥର ପାଇଁ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଗିରିଧାରି ଗମାଙ୍ଗ ସେହ ଘରେ ରହିଥିଲେ । ହେଲେ ଏବେ ଜରାଜିର୍ଣ୍ଣ ହୋଇ ପଡ଼ିଛି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ।

Get real time updates directly on you device, subscribe now.