fbpx

ସକାଳୁ ସକାଳୁ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲ୍ଲୁରେ ଆଜି ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୋର ୩ଟା ୩୯ମିନିଟ ସୁଦ୍ଧା ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ମପାଯାଇଛି ।

ତେବେ ଏହି ଭୂମିକମ୍ପ ଦ୍ୱାରା କାହାରି କିଛି କ୍ଷତି ଘଟିନଥିବା ସୂଚମା ମିଳିଛି । ନେସନାଲ ସେଣ୍ଟର ଫର ସେସମୋଲୋଜୀ ମୁତାବକ, ସକାଳେ ଆସିଥିବା ଏହି ଭୂମିକମ୍ପରେ କେନ୍ଦ୍ର ମଧ୍ୟ କୁଲ୍ଲୁ ଜିଲ୍ଲାରେ ଥିଲା । ଯେଉଁ ସମୟରେ ଭୂମିକମ୍ପ ଆସିଥିଲା, ସେହି ସମୟରେ ଲୋକେ ଶୋଇଥିଲେ । ସେଥିପାଇଁ ତାଙ୍କୁ କୌଣସି ଭୂମିକମ୍ପ ହେବା ଭଳି ଲାଗିଲାନାହିଁ । ଭୂମିକମ୍ପର ତୀବ୍ରତା କମ ଥିଲା ।

Get real time updates directly on you device, subscribe now.