fbpx

(Video) ପାକିସ୍ତାନରେ ମହଙ୍ଗାମାଡ଼ ମଧ୍ୟରେ ଗାଡ଼ିରୁ କୋଲ୍ଡଡ୍ରିଙ୍କସ ବୋହିନେଲେ ଲୋକେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନରେ ସବୁ ଜିନିଷର ଦର ଆକାଶ ଛୁଇଁଛି । ଆର୍ଥିକ ସ୍ଥିତି ଖରାପ ହେବା ଯୋଗୁଁ ଲୋକଙ୍କୁ ଅନେକ ଦୁଃଖ ସାମ୍ନା କରିବାକୁ ପଡିଛି । ଏହି ସମୟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି, ଯେଉଁଥିରେ ଲୋକେ କୋଲ୍ଡ ଡ୍ରିଙ୍କସ ଭରା ଟ୍ରକରୁ କୋଲ୍ଡଡ୍ରିଙ୍କସ ଲୁଟୁଥିବା ଦେଖାଦେଇଛି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ସ୍ପଷ୍ଟଭାବେ ଦେଖିବାକୁ ମିଳୁଛି ଯେ, ପାକିସ୍ତାନର ଫୈସଲାବାଦ ସଡକରେ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଲୋକେ କୋଲ୍ଡଡ୍ରିଙ୍କସ ବୋହିବାରେ ଲାଗିଛନ୍ତି ।

 

View this post on Instagram

 

A post shared by Inflics (@inflics)

ପାକିସ୍ତାନରୁ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଅନେକ ଲୋକେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଯେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେଉଁମାନେ ହସୁଛନ୍ତି ଏବଂ ଏହି କାର୍ଯ୍ୟକୁ ଉପଭୋଗ କରୁଛନ୍ତି ସେମାନେ ଲଜ୍ଜିତ ହେବା ଉଚିତ୍। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ନେତାମାନେ ହିଁ ଲୋକଙ୍କୁ ଏହି ଅବସ୍ଥାକୁ ଆଣିଛନ୍ତି, ତେଣୁ ଲୋକଙ୍କୁ ଦୋଷ ଦିଅନ୍ତୁ ନାହିଁ। ତେବେ ପାକିସ୍ତାନ ଗତ ଏକ ବର୍ଷ ଧରି ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛି। ପରିସ୍ଥିତି ଏପରି ଯେ ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷ ମଧ୍ୟ ବହୁତ ମହଙ୍ଗା ହୋଇଯାଇଛି।

Get real time updates directly on you device, subscribe now.