fbpx

Video; ଆସନ୍ତା ୨୪ ଘଣ୍ଟାରେ ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ; ବଦଳିଯିବ ଜହ୍ନର ରଙ୍ଗ!

ଓଡ଼ିଶା ଭାସ୍କର: ଆସନ୍ତା ୨୪ ଘଂଟା ଅର୍ଥାତ କାଲି ସନ୍ଧ୍ୟା ସମୟରେ ଆକାଶର ଦେଖାଯିବବିରଳ ମହାଜାଗତିକ ଦୃଶ୍ୟ । ରାତିରେ ଦେଖାଦେବ ଏକ ଉଜ୍ଜଳ ଆଲୋକ । ଠିକ୍ ସନ୍ଧ୍ୟା ୭ ଟା ପରେ ବଦଳିଯିବ ଜହ୍ନର ରଙ୍ଗ । ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ଦୃଶ୍ୟ ହେବ ଦୃଶ୍ୟମାନ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟିବ ଏଭଳି ବିଷ୍ମୟକର ଦୃଶ୍ୟ । ଯାହା ହୁଏତ ଆଗରୁ ଆପଣ ଖୁବ୍ କମ୍ ଦେଖିଥିବେ ,କେହି କେହି ହୁ,ତ ଏ ଦୃଶ୍ୟକୁ କେବେ ଦେତ୍କ ନଥିବେ । ମାତ୍ର ଆସନ୍ତା କାଲି ଦେଖି ପାରିବେ ଏହି ମହାଜାଗତିକ ଦୃଶ୍ୟ ।

କାଲିର ଦିନ ସାରା ବିଶ୍ୱ ପାଇଁ ହେବ ବହୁତ ଖାସ୍ ଦିନ । ଏହି ଦିନ ଚନ୍ଦ୍ର ଅତି ସୁନ୍ଦର ନଜର ଆସିବ ଏବଂ ସାମାନ୍ୟ ଗୋଲାପୀ ରଙ୍ଗର ଦୃଶ୍ୟମାନ ହେବ । ଏହାକୁ ଇଂରାଜୀରେ ଷ୍ଟ୍ରବେରୀ ମୁନ୍ ବା ପିଙ୍କ୍ ମୁନ୍ ବୋଲି କୁହାଯାଏ । ଭାରତରେ ଏହା ଗୁରୁବାର ଓ ଶୁକ୍ରବାର ରାତିରେ ଦେଖାଯିବ । ରାତି ସାରା ଜହ୍ନ ଏହି ରଙ୍ଗରେ ହିଁ ଦେଖିବାକୁ ମିଳିବ । ଏପ୍ରିଲ ମାସରେ ପୂର୍ଣ୍ଣିମାରେ ଜହ୍ନର ରଙ୍ଗ ଗୋଲାପୀ ଦେଖାଯାଏ । ଯଦିଓ ଏହାର ରଙ୍ଗ ସମ୍ପୂର୍ଣ୍ଣ ଗୋଲାପୀ ନୁହଁ, ତେବେ ଏବା ଇଷତ୍ ଗୋଲାପୀ ଦେଖାଯାଏ । ଅନ୍ୟ ପୂର୍ଣ୍ଣମୀ ଅପେକ୍ଷା ଜୁନ ମାସରେ, ଏହା ବେଶ ଉଜ୍ଜଳ ଓ ସୁନ୍ଦର ଦେଖାଯାଏ ।

ବାଇନୋକୁଲାର ଓ ଟେଲିସ୍ପୋପ ମାଧ୍ୟମରେ ଆପଣ ଏପ୍ରିଲ ମାସର ଏହି ଗୋଲାପୀ ଜହ୍ନ ଦେଖିପାରିବେ । ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଏହା ବେଶୀ ଉଜ୍ଜଳ ଦେଖାଯାଏ । ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଯେଉଁ ଗୋଲାପୀ ଜହ୍ନ କଥା ଉଠିଛି ତାହା ହେଉଛି କେବଳ ନାମକରଣ । ଯେଉଁଟା କି ଉତ୍ତର ଆମେରିକାର ଆଦିମ ଅଧିବାସୀମାନେ ସେ ନାମକରଣ କରିଥିଲେ । ଆଉ ତାହାକୁ ଆମେମାନେ ଏବେ ମଧ୍ୟ ଫଲୋ କରୁଛନ୍ତି ।

ଯେମିତି ଆମ ଓଡ଼ିଆରେ କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏପରି ନାମକରଣ ପୂର୍ଣ୍ଣମୀକୁ ଦେଇଛୁ ଠିକ୍ ସେହିପରି ପୂର୍ଣ୍ଣଚନ୍ଦ୍ରର ନାମକରଣ କରିଛନ୍ତି ପିଙ୍କ୍ ମୁନ୍ । ସେଥିପାଇଁ ଲୋକଙ୍କ ମନରେ ଟିକେ କନଫ୍ୟୁଜନ ରହିଛି । କିନ୍ତୁ ପ୍ରକୃତରେ ପିଙ୍କ୍ ମୁନ ବା ଗୋଲାପୀ ଜହ୍ନ ଆଜି ଦେଖାଯିବ ନାହିଁ । ରଙ୍ଗ ସହିତ କିଛି ସମ୍ପର୍କ ନାହିଁ । ଆସନ୍ତାକାଲି ପୂର୍ଣ୍ଣିମା ଥିବା ବେଳେ ଏହି ଅବସରରରେ ଆକାଶରେ ଚମକିିବ ଗୋଲାପୀ ରଙ୍ଗର ଜହ୍ନ ।

Get real time updates directly on you device, subscribe now.