fbpx

Google ଭାରତରେ ଲଞ୍ଚ କଲା Gemini Mobile App: ୯ଟି ଭାଷାକୁ ସପୋର୍ଟ କରିବ

ନୂଆଦିଲ୍ଲୀ: ଗୁଗଲ ଶେଷରେ ଭାରତରେ ନିଜର ଏଆଇ ଆସିଷ୍ଟାଣ୍ଟ-ଜେମିନୀ ମୋବାଇଲ ଆପ ଲଞ୍ଚ କରିଛି । ଏହି ଆପ ପ୍ଲେ ଷ୍ଟୋରରେ ଏବେ ଉପଲବ୍ଧ ରହିଛି । ଭାରତରେ ଲଞ୍ଚ ହୋଇଥିବା ଏହି ଆପରେ ହିନ୍ଦି ସମେତ ମୋଟ ୯ଟି ଭାରତୀୟ ଭାଷାକୁ ସାମିଲ କରାଯାଇଛି । ସେଥିରେ ହିନ୍ଦି, ବଙ୍ଗାଳୀ, ଗୁଜରାତୀ, କନ୍ନଡ଼, ମାଲୟାଲମ, ମରାଠୀ, ତାମିଲ, ତେଲୁଗୁ ଓ ଉର୍ଦୁ ରହିଛି । ଏଥିସହିତ ଜେମିନୀକୁ ଗୁଗଲ ମେସେଜ୍ ପାଇଁ ମଧ୍ୟ ଲଞ୍ଚ କରିଛି, ଯାହାକି ଇଂରାଜୀ ଭାଷାକୁ ସପୋର୍ଟ କରିଛି ।

ଗୁଗଲ ମୁତାବକ, ଜେମିନୀ ଆପରେ ଅନେକ ଭାରତୀୟ ଭାଷା ରହିଥିବାରୁ ତାହା ଲୋକଙ୍କୁ ଫାଇଦା ଦେବ । ୟୁଜର୍ସ ଏଥିରେ ସହଜରେ ଅଲଗା ଅଲଗା ଟାସ୍କକୁ ସମାପ୍ତ କରିବା ସହିତ ଇଭେଣ୍ଟସ ମଧ୍ୟ ପ୍ଲାନିଂ କରିପାରିବେ । ଏହା ସହାୟତାରେ ଆପଣମାନେ ସୋସିଆଲ ମିଡ଼ିଆର କ୍ୟାପ୍ସନ ମଧ୍ୟ ଲେଖିପାରିବେ । ଗୁଗଲ ଆସିଷ୍ଟାଣ୍ଟ ବଦଳରେ ୟୁଜର୍ସ ଜେମିନୀକୁ ବ୍ୟବହାର କରିପାରିବେ । ମାତ୍ର ଏଥିପାଇଁ ପ୍ରଥମେ ଜେମିନୀ ଆପକୁ ଡାଉନଲୋଡ୍ କରିବାକୁ ପଡ଼ିବ । ହେ ଗୁଗଲ କହି ୟୁଜର୍ସ ନିଜର ଭଏସ୍ କମାଣ୍ଡ ମଧ୍ୟ ଦେଇ ପାରିବେ ।

ଜେମିନୀ ସହାୟତାରେ ୟୁଜର୍ସ ଟାଇମର ଲଗାଇ ପାରିବେ, କଲ କରିପାରିବେ ଓ ରିମାଣ୍ଡର ମଧ୍ୟ ସେଟ୍ କରିପାରିବେ । ଆଓଏସ ୟୁଜର୍ସ ଗୁଗଲ ଆପର ସହାୟତାରେ ଜେମିନୀକୁ ଆକ୍ସେସ କରିପାରିବେ । ଏହି ଡେଡିକେଟେଡ ଏଆଇ ମୋବାଇଲ ଆପ ଜେମିନୀକୁ ଗୁଗଲ ୪ ମାସ ପୂର୍ବରୁ ଆମେରିକାରେ ଲଞ୍ଚ କରିଥିଲା । ଏବେ ତାହାକୁ ଭାରତରେ ୯ଟି ଭାଷାରେ ଲଞ୍ଚ କରାଯାଇଛି । ଜେମିନୀ ଆଡଭାନ୍ସ ପାଇଁ ୟୁଜର୍ସଙ୍କୁ ପେଡ୍ ସବସ୍କ୍ରିପସନ ନେବାକୁ ପଡ଼ିବ । ମାତ୍ର ବର୍ତ୍ତମାନ ସମୟରେ କମ୍ପାନୀ ପ୍ରଥମ ଦୁଇ ମାସ ମାସ ପାଇଁ ଭାରତରେ ମାଗଣାରେ ଉପଲବ୍ଧ କରାଇବ । ତା’ପରେ ୧୯୫୦ ଟଙ୍କାର ଚାର୍ଜ ଦେବାକୁ ପଡ଼ିବ ।

Get real time updates directly on you device, subscribe now.