fbpx

ରାଜ୍ୟରେ ୨ ଦିନ ପ୍ରବଳ ଛେଚିବ!

ଭୁବନେଶ୍ୱର,୧୮ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷିବ ତ ଆସନ୍ତାକାଲି ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ । ତେବେ କାଲି ସୁନ୍ଦରଗଡ, ଦେବଗଡ ଓ ଝାରସୁଗୁଡାରେ ବର୍ଷା ହେବ । ଏହା ସହ ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । କିନ୍ତୁ ବର୍ତ୍ତମାନ କୌଣସି ଲଘୁଚାପ ସଅଷ୍ଟି ହେବାର ସମ୍ଭାବନା ନାହିଁ । ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.