fbpx

ବିପତ୍ତିକୁ ନେଇ କାନ୍ଦିବା ଦେଶ ଭାରତ ନୁହେଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ ।୬: ଆଜି ୪୧ଟି କୋଇଲା ଖଣିର ନିଲାମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିସି ଜରିଆରେ ମୋଦୀ କହିଛନ୍ତି ଯେ, ଭାରତ କରୋନା ସହ ଲଢିବ ଓ ଆଗକୁ ବଢିବ । କରୋନା ସଙ୍କଟ ଆତ୍ମନିର୍ଭର ହେବାକୁ ଶିକ୍ଷା ଦେଇଛି । ଗୋଟିଏ ଗୋଟିଏ କ୍ଷେତ୍ରକୁ ଚିହ୍ନଟ କରି ଦେଶକୁ ଆତ୍ମନିର୍ଭର କରିବା । ଆତ୍ମନିର୍ଭର ଭାରତ ଅର୍ଥାତ୍ ଗରିବଙ୍କ କଲ୍ୟାଣ । ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନିଜ ଦେଶରେ ବିକାଶ କରିବାକୁ ପଡିବ ।’

ଏହା ସହ ମୋଦୀ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ କାନ୍ଦିବା ଦେଶ ଭାରତ ନୁହଁ । ସମସ୍ତେ ମିଳିମିଶି ବପତ୍ତିକୁ ଅବସରରେ ବଦଳାଦେବା ।  ତେବେ ୧୩୦ କୋଟି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛୁ । ଭାରତ ଆମଦାନୀ ପରିମାଣ କମାଇବ । ଆଜି ଯାହା ବି ଆମଦାନୀ କରାଯାଉଛି, କାଲି ତାହା ଦେଶରେ ନିର୍ମାଣ ହେବ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.