fbpx

(Video) ସାବଧାନ! ଖାଇ ସାରି ଥାଳିରେ ହାତ ଧୋଇଲେ ଘରେ ଲାଗି ରହିବ ଅଶାନ୍ତି… କମିବନି ସମସ୍ୟା

ଓଡ଼ିଶା ଭାସ୍କର: ଆପଣ ବି ଖାଇସାରି ଥାଳିରେ ହାତ ଧୋଉଛନ୍ତି କି ? ଯଦି ହଁ ତେବେ ଆଜି ହିଁ ଏହି ଅଭ୍ୟାସ ଛାଡିଦିଅନ୍ତୁ….ନଚେତ୍ ସବୁବେଳେ ଆପଣଙ୍କ ସହ ସମସ୍ୟା ଲାଗି ରହିବ । କିଛି ଲୋକ ଖାଇ ସାରିବା ପରେ ସେହି ଥାଳିରେ ହାତ ଧୋଇ ଥାଆନ୍ତି, ଯେବେକି ବାସ୍ତୁ ଦୃଷ୍ଟିରୁ ଏପରି କରିବା ଉଚିତ୍ ନୁହେଁ । ଏହାଦ୍ୱାରା ଆପଣଙ୍କୁ ଜୀବନରେ ଆର୍ôଥକ ଅନାଟନ ର ସମୁଖୀନ ହେବାକୁ ପଡିଥାଏ । ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରରେ କଣ ରହିଛି ଏହାର ନିୟମ ।

ଆମ ଚତୁର୍ପାର୍ଶ୍ୱରେ କିଛି ଏଭଳି ଲୋକ ରହିଛନ୍ତି ଯିଏକି ଖାଇ ସାରିବା ପରେ ସେହି ଥାଳିରେ ହାତ ଧୋଇ ଥାଆନ୍ତି । ଏହାର ସବୁଠୁ ବଡ଼ କାରଣ ଆଳସ୍ୟ ଅଟେ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ୱାରା ଜୀବନ ରେ ନକାରାତ୍ମକ ଉର୍ଜାର ବାସ ହୋଇଥାଏ । ଏବଂ ଅନେକ ସ୍ଥିତିରେ ଏପରି ହୋଇଥାଏ ଯାହାଦ୍ୱାରା ଆପଣଙ୍କର ଅଧିକ ପଇସା ଖର୍ଚ୍ଚ ହୋଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ଖାଦ୍ୟ ଖାଇବା ଥାଳିରେ ହାତ ଧୋଇବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ତେଣୁ ଖାଇବା ପରେ ସେହି ଥାଳି ରେ କଦାପି ହାତ ଧୋଇବା ଉଚିତ ନୁହେଁ, ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । ଏବଂ ଆପଣ ବିଭିନ୍ନ ପ୍ରକାର ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । ଏବଂ ଏଭଳି ବ୍ୟକ୍ତିଙ୍କ ନିକଟରୁ ଲକ୍ଷ୍ମୀ ଦୁରେଇ ଯାଆନ୍ତି । ତେଣୁ କଦାପି ଖାଇବା ଥାଳି ରେ ହାତ ଧୁଅନ୍ତୁ ନାହିଁ ।

ଅଧିକାଂଶ ଲୋକେ ଶୋଇବା ବିଛଣାରେ ମଧ୍ୟ ଖାଇ ଥାଆନ୍ତି । ଯଦି ଆମେ ଶୋଇବା ବିଛଣାରେ ବସି ଖାଦ୍ୟ ଖାଇବା ତେବେ ଜୀବନରେ ନକାରାତ୍ମକ ଶକ୍ତି ର ବାସ ହୋଇଥାଏ । ଏବଂ ଆପଣ ରୋଗରେ ପୀଡିତ ହୋଇ ପାରନ୍ତି । ଏବଂ ଆର୍ଥିକ ଅନାଟନ ମଧ୍ୟ ଦେଖା ଯାଇଥାଏ । ସବୁବେଳେ ଥାଳିକୁ ଧୋଇ ଖାଇବାକୁ ଦେବା ଜରୁରୀ । ଏବଂ ଖାଦ୍ୟ ପରଷିବା ସମୟ ରେ କଦାପି ଗୋଟିଏ ବୁନ୍ଦା ପାଣି ମଧ୍ୟ ଥାଳି ରେ ରହିବ ଉଚିତ ନୁହେଁ । ଏପରି ଯଦି ନକରିବେ ତେବେ ଜୀବନ ରେ ସମସ୍ୟା ର ସମାଧାନ କଦାପି ହେବ ନାହିଁ । ତେଣୁ ଖାଇବା ସମୟ ରେ ଥାଳି ସଫା ଓ ଶୁଖିଲା ରହିବା ଜରୁରୀ ।

କିଛି ଲୋକ ଙ୍କର ଅଭ୍ୟାସ ଥାଏ ଯେ ସେମାନେ ଯେତିକି ଖାଦ୍ୟ ଖାଇବା କଥା ତାଠାରୁ ଅଧିକ ଖାଦ୍ୟ ନେଇ ଥାଆନ୍ତି । ଏବଂ ଖାଦ୍ୟ ଖାଇ ନପାରି ତାହାକୁ ଛାଡି ଦେଇ ଥାଆନ୍ତି । କଦାପି ଥାଳି ରେ ଖାଦ୍ୟ ଛାଡ଼ନ୍ତୁ ନାହିଁ ଏହାଦ୍ୱାରା ଦରିଦ୍ରତା ର ଆଗମନ ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ଅଗ୍ନି ଦେବତାଙ୍କ କୃପାରୁ ଭୋଜନ ପ୍ରସ୍ତୁତ ହୋଇଥାଏ ଏହାସହ ଯଜ୍ଞ ଅଥବା ଅଗ୍ନି ଦ୍ୱାରା ଅର୍ପଣ କରାଯାଇଥିବା ସାମଗ୍ରୀ ଦେବତାଙ୍କୁ ଭୋଜନ ରୂପେ ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଭୋଜନର ଖୁବ ମହତ୍ତ୍ୱ ରହିଛି। ଏହାବ୍ୟତୀତ ଅନେକ ପୁରାଣରେ ଅନ୍ନର ଅନାଦର କରିବା ଖୁବ ପାପ ବୋଲି ଉଲ୍ଲେଖ ରହିଛି।

Get real time updates directly on you device, subscribe now.