fbpx

ଲୋକଙ୍କୁ ବଡ଼ ଆଶ୍ବସ୍ତି! ହ୍ରାସ ପାଇବ ପିଆଜ ଦର, ୭୧ ହଜାର ଟନର ଷ୍ଟକ କିଣିଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ସରକାର ବଫର ଷ୍ଟକ ପାଇଁ ହାରାହାରି ୭୧ ହଜାର ଟନ ପିଆଜ କିଣିଛନ୍ତି । ପିଆଜ ଦର ୪୦ ଟଙ୍କା ଅତିକ୍ରମ କରିସାରିଛି । ଡିପାର୍ଟମେଣ୍ଟ ଅଫ କନଜ୍ୟୁମର ଆଫେୟାର୍ସର ଡାଟା ଅନୁସାରେ, ଶୁକ୍ରବାର ଦିନ ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୮.୬୭ ଟଙ୍କା ଥିଲା । ଆଗକୁ ପିଆଜ ଦର କମିବ ବୋଲି ସରକାର ଆଶା କରୁଛନ୍ତି ।

ସରକାର ମୂଲ୍ୟକୁ ସ୍ଥିର ରଖିବା ଲାଗି ଚଳିତ ବର୍ଷ ୫ ଲକ୍ଷ ଟନ ପିଆଜ କିଣିବାର ଲକ୍ଷ ରଖିଛନ୍ତି । ସରକାର ଆଶା କରୁଛନ୍ତି ଯେ, ଦେଶରେ ଅଧିକାଂଶ ଭାଗରେ ମୌସୁମୀ ବଢିବା ସହ ରିଟେଲ ପ୍ରାଇସ ମଧ୍ୟ କମ ହୋଇଯିବ । ଡିପାର୍ଟମେଣ୍ଟ ଅଫ କନଜ୍ୟୁମର ଆଫେୟାର୍ସର ଅଧିକାରୀ କହିଛନ୍ତି ଯେ, ୨୦ ଜୁନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଫର ଷ୍ଟକ କ୍ଷେତ୍ରରେ ୭୦,୯୮୭ ଟନ ପିଆଜ କିଣିସାରିଛନ୍ତି । ଗତ ବର୍ଷ ଏହି ଅବଧିରେ ୭୪,୦୭୧ ଟନ ପିଆଜ କିଣାଯାଇଥିଲା ।

ସେ କହିଛନ୍ତି ଯେ, ପ୍ରବଳ ଉତ୍ତାପ ଏବଂ କମ୍ ବର୍ଷା ହେତୁ ଚଳିତ ବର୍ଷ ରବି ଉତ୍ପାଦନରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ହେବାର ସମ୍ଭାବନା ରହିଛି। ପିଆଜର ମୂଲ୍ୟ ବୃଦ୍ଧି ପାଇଁ ଏହି କାରଣଗୁଡିକ ମଧ୍ୟ ଦାୟୀ। ଏହା ସତ୍ତ୍ୱେ ଚଳିତ ବର୍ଷ ବଫର ପିଆଜ କ୍ରୟ କରିବାର ଗତି ବୃଦ୍ଧି କରାଯାଇଛି। ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ବଫର ଷ୍ଟକ୍ ବ୍ୟବହାର କରିବେ। ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗତ ବର୍ଷ ଅଗଷ୍ଟରୁ ନିରନ୍ତର ପଦକ୍ଷେପ ନେଉଛନ୍ତି। ପୂର୍ବରୁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା।

Get real time updates directly on you device, subscribe now.