fbpx

Atishi Hunger Strike: ଅସୁସ୍ଥ ହେଲେ ଆତିଶୀ, ଜାଣନ୍ତୁ କ’ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀରେ ପାଣି ସଙ୍କଟ ବିରୋଧରେ ହେଉଥିବା ଆନ୍ଦୋଳନକୁ ଲଗାତାର ତୃତୀୟ ଦିନ ମଧ୍ୟ ଜାରି ରଖିଛନ୍ତି ଜଳ ମନ୍ତ୍ରୀ ଆତିଶୀ । ହରିୟାଣାରୁ ସଠିକ ମାତ୍ରାରେ ପାଣି ଛାଡିବାର ଦାବିକୁ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ଶୁକ୍ରବାରଠାରୁ ବସିଛନ୍ତି । ଭୋକ ଉପାସରେ ଅତିଶୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ବର୍ତ୍ତମାନ ସଂକେତ ମିଳିଛି ।

ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ ଆତିଶୀଙ୍କ ସୁଗାର ଲେବଲରେ ଶନିବାର ଦିନ ୧୬ ୟୁନିଟ ତଳକୁ ଖସିଆସିଛି । ଏଥିସହ ତାଙ୍କ ଚକ୍ତଚାପ ଏବଂ ଓଜନ କମ ହୋଇଯାଇଛି ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ୨୨ ଜୁନରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଅନଶନର ଦ୍ୱିତୀୟ ଦିନ ଆତିଶୀଙ୍କ ରକ୍ତଚାପ ୧୧୯/୭୯ ଏମଏମଏଚଜି, ରକ୍ତ ଶର୍କରା ୮୩ ଏମଜି/ଡି, ୧ଜନ ୬୫.୧ କିଲୋଗ୍ରାମ ଏବଂ ଅକ୍ସିଜେନର ସ୍ତର ୯୮ ଥିଲା ।

ଚିକିତ୍ସକଙ୍କ କହିବାନୁଯାୟୀ, ଯଦି ଭୋକରେ ସେ ଅନସନ କରନ୍ତି ତେବେ ରକ୍ତ ସର୍କରା ସ୍ତରରେ ହ୍ରାସ ଘଟିବା ଭୟାନକ ଅଟେ । ସର୍କରାର ସ୍ତର ଆହୁରି କମ ହୋଇଯିବ ତଥା ଏଥିରେ ଶରୀରରେ କୀଟୋନର ସ୍ତର ବଢିପାରେ ।

Get real time updates directly on you device, subscribe now.