fbpx

ଜୟା କିଶୋରୀଙ୍କ ଭଳି ସୁନ୍ଦର ଚମକୁଥିବା ତ୍ୱଚା ପାଇବାକୁ ଚାହୁଁଛନ୍ତି କି? ପ୍ରତିଦିନ ମୁହଁରେ ଲଗାନ୍ତୁ ଏହି ଫେସପ୍ୟାକ

ଓଡ଼ିଶା ଭାସ୍କର: ସୁନ୍ଦର ତ୍ୱଚା ପାଇବା ପାଇଁ ଅନେକ ସାରା ଝିଅ ମହଙ୍ଗା ପ୍ରଡକ୍ଟକୁ ମୁହଁରେ ବ୍ୟବହାର କରିଥାଆନ୍ତି । ହେଲେ ଏହା ପରେ ମଧ୍ୟ ସେମାନଙ୍କ ମୁହଁରେ ବ୍ରଣ-ଦାଗ ଆଦି ରହିବା ସହ ଭଲ ହୋଇନଥାଏ । ଏହାରି ମଧ୍ୟରେ ପ୍ରାୟତଃ ଝିଅମାନଙ୍କ ମନରେ ଏହା ଆସିଥାଏ ଯେ, ଜୟା କିଶୋରୀଙ୍କ ଭଳି ଚମକୁଥିବା ଚେହାରର ରହସ୍ୟ କଣ । ତେବେ ଆଜି ଆସନ୍ତୁ ଜାଣିବା ତାଙ୍କ ସୁନ୍ଦରତା ପଛରେ ଥିବା କାରଣ..

ବେସନ-ହଳଦୀ ଫେସ ପ୍ୟାକ: ଜୟା କିଶୋରୀ ପ୍ରତିଦିନ ରାତିରେ ଫେସ ପ୍ୟାକ ଲଗାଇଥାଆନ୍ତି । ଯାହାକୁ ପ୍ରସ୍ତୁତ କରିବା ବହୁତ ସହଜ । ଜୟା କିଶୋରୀ ଏହାକୁ ପ୍ରସ୍ତୁତ କରିବା ପାଇଁ ବେସନ-ଦହି-ହଳଦୀର ବ୍ୟବହାର କରନ୍ତି । ଏହାପରେ ଏହାକୁ ନିଜ ମୁହଁରେ ଲଗାନ୍ତି । ଏଭଳି ପ୍ରକ୍ରିୟା ସେ ଛୋଟ ବେଳୁ କରିଆସୁଛନ୍ତି ।

ପ୍ରଣାଳୀ: ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ବାଉଲରେ ଦୁଇ ଚାମଚ ବେସନ, ଏକ ଚାମଚ ହଳଦୀ ଏବଂ ଏକ ଚାମଚ ଦହିକୁ ପକାଇ ଭଲଭାବେ ମିଶ୍ରଣ କରନ୍ତୁ । ଏହାକୁ ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ନିଜ ମୁହଁରେ ଲଗାଇ ରଖନ୍ତୁ । ଏହାପରେ ନର୍ମାଲ ପାଣିରେ ମୁହଁ ଧୋଇଦିଅନ୍ତୁ ।

ଏହାପରେ ଆପଣ ମୁହଁରେ ମଇଶ୍ଚୁରାଇଜର ଲଗାନ୍ତୁ । ପ୍ରତିଦିନ ଏପରି କରିବାରେ ଆପଣଙ୍କ ଚେହରୋ ଚମକଦାର ସହ ଦାଗ ହଟିଯିବ । ନିୟମିତ ଭାବେ କରିବା ଦ୍ୱାରା ଆପଣ ଜୟା କିଶୋରୀଙ୍କ ଭଳି ଚମକୁଥିବା ଚେହେରା ପାଇପାରିବେ ।

Get real time updates directly on you device, subscribe now.