fbpx

ସୋନାକ୍ଷୀଙ୍କୁ ସ୍ୱତନ୍ତ୍ର ବିବାହ ଉପହାର ଦେଲେ ଇକବାଲ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡର ହଟ୍ ଆଣ୍ଡ୍ ଗ୍ଲାମରସ ଅଭିନେତ୍ରୀ ଭାବରେ ପରିଚିତ ସୋନାକ୍ଷୀ ସିହ୍ନା । ନିକଟରେ ସେ ତାଙ୍କ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ୍ ଜହିର ଇକବାଲଙ୍କୁ ବିବାହ କରିଛନ୍ତି । ତେବେ ସୋନାକ୍ଷୀ ତାଙ୍କ ବିବାହରେ କେଉିଁ ଶାଢ଼ିି ପିନ୍ଧି ଥିଲେ, କେଉଁ ହେୟାରଷ୍ଟାଇଲ୍ କରିଥିଲେ, କେଉଁ ସେଲିବ୍ରିଟି ଯୋଗ ଦେଇଥିଲେ, ଫୋଟୋ ଶୁଟ୍ ଇତ୍ୟାଦିକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏଥିମଧ୍ୟରେ ଇକବାଲ ସୋନାକ୍ଷୀଙ୍କୁ ଦେଇଥିବା ଉପହାରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।

ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ସୁପୁତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ବଲିଉଡର ଦବଙ୍ଗ ଗାର୍ଲ ମଧ୍ୟ କୁହାଯାଏ । ନିକଟରେ ସୋନାକ୍ଷୀଙ୍କ ବିବାହ ଏବଂ ଭୋଜି ଶେଷ ହୋଇଥିବା ବେଳେ ସ୍ୱାମୀଙ୍କ ଠାରୁ ତାଙ୍କୁ ସ୍ପେସାଲ ଉପହାର ମିଳିଛି । ଜହିର ଇକବାଲ ତାଙ୍କ ପତ୍ନୀ ସୋନାକ୍ଷୀଙ୍କୁ ଏକ BMW i7 କାର ଉପହାର ଦେଇଛନ୍ତି । କାରର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଉଭୟ ଏହି କାରରେ ବସି ବିବାହ ଭୋଜିକୁ ଆସିଥିବା ବେଳେ କାରଟି ମିଡିଆ କ୍ୟାମେରାରେ କଏଦ ହୋଇଥିଲା ।

 

View this post on Instagram

 

A post shared by Varinder Chawla (@varindertchawla)

Get real time updates directly on you device, subscribe now.