fbpx

ମହାରାଷ୍ଟ୍ର ସଦନରେ ରହଣୀ ପାଇଁ ନବ ନିର୍ବାଚିତ ସାଂସଦ କଙ୍ଗନାଙ୍କ ଦାବିକୁ ନେଇ ତାତିଲେ ବିରୋଧି ଦଳ

ନୂଆଦିଲ୍ଲୀ: ବଲିଉଡର କ୍ୱିନ୍ କଙ୍ଗନା ରଣାୱତ । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ସାଂସଦ ହେବା ପରେ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଦିଲ୍ଲୀ ସ୍ଥିତ ମହାରାଷ୍ଟ୍ର ସଦନ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ତାଙ୍କୁ ମହାରାଷ୍ଟ୍ର ସଦନର ଏକ କୋଠରୀ ପସନ୍ଦ ଆସିଥିଲା । ଏନେଇ ମହାରାଷ୍ଟ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ସଂସଦର ନୂତନ ଅଧିବେଶନ ପ୍ରାରମ୍ଭରେ ସୋମବାର କଙ୍ଗନା ରଣାୱତ ମହାରାଷ୍ଟ୍ର ସଦନ ପରିଦର୍ଶନ କରିଥିଲେ । ଏହି ସମୟରେ ସେ ପ୍ରାୟ ସମସ୍ତ କୋଠରୀ ଦେଖିଥିଲେ । ଏଥିମଧ୍ୟରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁସଜ୍ଜିତ ବିଶାଳ ସୁଇଟ୍(suite) ପସନ୍ଦ ଆସିଥିଲା । ସେ ଏହି କୋଠରୀରେ ରହଣୀ ପାଇଁ ଦାବି କରିଥିଲେ । ତାଙ୍କ ଦାବିକୁ ନେଇ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଶିବସେନା ୟୁବିଟିର ସାଂସଦ ଏବଂ ମୁଖ୍ୟ ପ୍ରବକ୍ତା ସଞ୍ଜୟ ରାଉତ କଙ୍ଗନାଙ୍କ ଏହି ଦାବିକୁ ନେଇ ଚକିତ ହୋଇଥିଲେ ଏବଂ ସମାଲୋଚନା କରିଥିଲେ । ସେ କହିଥିଲେ, ‘ମହାରାଷ୍ଟ୍ର ଭବନ ଉପରେ ନଜର ରଖିବା ପରିବର୍ତ୍ତେ ରାଷ୍ଟ୍ରପତି ଭବନରେ କାହିଁକି ନ ରହିବେ ।’ ଅପରପକ୍ଷରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଯଶୋମତୀ ଠାକୁର କଙ୍ଗନାଙ୍କ ପକ୍ଷ ନେଇ କହିଲେ ଯେ ସେ ନବ ନିର୍ବାଚିତ ସାଂସଦ ହୋଇଥିବାରୁ ପ୍ରୋଟୋକଲ ବିଷୟରେ ଏତେଟା ଧାରଣା ନଥିବ ତେଣୁ ଏଭଳି ଦାବି କରିଛନ୍ତି । ଅପରପକ୍ଷରେ ଅଧିକାରୀଙ୍କ କହିବାନୁଯାୟୀ କଙ୍ଗନା ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ନବ ନିର୍ବାଚିତ ସାଂସଦ ହୋଇଥିବାରୁ ମହାରାଷ୍ଟ୍ର ସଦନ ବଦଳରେ ହିମାଚଳ ଭବନର ଅଧିକାରୀଙ୍କ ସହ ଏପରି ପ୍ରସଙ୍ଗ ଉଠାଇବା ଉଚିତ । ସେମାନେ କଙ୍ଗନାଙ୍କ ଦାବିକୁ ପ୍ରତ୍ୟାଖାନ କରିଥିଲେ ଏବଂ ଏହି ମାମଲା ସେଠାରେ ହିଁ ସମାପ୍ତ ହୋଇଥିଲା । କିନ୍ତୁ ଏହା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଥିଲା ।

 

Get real time updates directly on you device, subscribe now.