fbpx

Ovarian cancerର କାରଣ ହୋଇପାରେ ଟାଲକମ୍ ପାଉଡର: IARC

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର(IARC)ର ଏକ ଗବେଷଣାରୁ ଟାଲକମ୍ ପାଉଡର ଏବଂ ଓଭାରିଆନ୍ କ୍ୟାନସର ମଧ୍ୟରେ କିଛି ଲିଙ୍କ୍ ଥିବା ଦର୍ଶାଯାଇଛି । IARC କହିବାନୁଯାୟୀ ସୀମିତ ପ୍ରମାଣ (limited evidence)ଆଧାରରେ ଟାଲକମ୍ ମନୁଷ୍ୟ କ୍ଷେତ୍ରରେ ଓଭାରିଆନ୍ କ୍ୟାନସର ଏବଂ ପର୍ଯ୍ୟାପ୍ତ ପ୍ରମାଣ (sufficient evidence) ଆଧାରରେ ମୂଷା ଏବଂ ଷ୍ଟ୍ରଙ୍ଗ୍ ମେକାନିଷ୍ଟିକ୍ ପ୍ରମାଣ ମନୁଷ୍ୟ କୋଷରେ carcinogenic ଲଣକ୍ଷକୁ ସୂଚାଇଛି । IARC କରିଥିବା ଅନେକ ଗବେଷଣାରୁ ପ୍ରକାଶ ଯେଉଁ ମହିଳାମାନେ ନିୟମିତ ସେମାନଙ୍କ ଗୁପ୍ତାଙ୍ଗରେ ଟାଲକମ ବ୍ୟବ୍ୟବହାର କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଓଭାରିଆନ୍ କ୍ୟାନସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଗବେଷଣାରୁ ଏହା ମଧ୍ୟ ପ୍ରକାଶ ଯେ ଟାଲକମ୍‌, କର୍କଟ କାରକ asbestos ଦ୍ୱାରା ପ୍ରଦୂଷିତ ।

IARC କହିବାନୁଯାୟୀ ଅଧିକାଂଶ ଲୋକମାନେ ବେବି ପାଉଡର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ସହ ଜଡ଼ିତ । ଟାଲକମ୍ ବିଭିନ୍ନ ଖଣିରୁ ପ୍ରୋସେସ୍ କରାଯାଇ ଉତ୍ପାଦ ତିଆରି କରିବା ପାଇଁ ବ୍ୟବହୃତ ହୋଇଥାଏ । ଅପରପକ୍ଷରେ ଟାଲକମ୍ ସମ୍ପୂର୍ଣ୍ଣ ଭାବେ କର୍କଟ କାରକ ହୋଇ ନପାରେ ବୋଲି Lacent Oncology ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ପ୍ରକାଶ । ସେହିପରି UK ଓପନ୍ ୟୁନିଭର୍ସିଟିର ଷ୍ଟାଟିଷ୍ଟିସିଆନ୍ Kevin McConwayଙ୍କ କହିବାନୁଯାୟୀ IARC ଦ୍ୱାରା କରାଯାଇଥିବା ମୂଲ୍ୟାଙ୍କନ ବାସ୍ତବରେ ବିଭ୍ରାନ୍ତିକାରୀ ଅଟେ । ସେ କହିଛନ୍ତି ଉତ୍ପାଦରେ କର୍କଟ କାରକ କ୍ଷମତା ରହିଥିବା ନେଇ ଏଜେନ୍ସି କେବଳ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗବେଷଣା ଅବଜର୍ବେସନାଲ ଅଟେ ଏବଂ ଏହା ପ୍ରମାଣିତ କରେ ନାହିଁ ଯେ ଟାଲକମ୍ ବ୍ୟବହାର କର୍କଟ ହେବା ଆଶଙ୍କା ବୃଦ୍ଧି କରିଥାଏ ।

ଟାଲକମ୍ ପାଉଡର ଏବଂ ଓଭାରିଆନ୍ କ୍ୟାନସର ମଧ୍ୟରେ କ’ଣ ଲିଙ୍କ ରହିଛି ?

ନିକଟରେ ମେ ୧୫ରେ ଜର୍ନାଲ ଅଫ୍ କ୍ଲିନିକାଲ ଅଙ୍କଲୋଜିରେ ପ୍ରକାଶିତ ହୋଇଥିବା ଏକ ଗବେଷଣାରୁ ଜରାପଡ଼ିଛି ଯେ ମହିଳାଙ୍କ କ୍ଷେତ୍ରରେ ଗୁପ୍ତାଙ୍ଗରେ ଟାଲକମ୍ ପାଉଡର ବ୍ୟବହାର କରିବା ଓଭାରିଆନ୍ କ୍ୟାନସର ସହ ଜଡ଼ିତ । ବିଶେଷ କରି ଯେଉଁ ମହିଳା ବାରମ୍ବାର ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁପ୍ତାଙ୍ଗରେ ଟାଲକମ୍ ପାଉଡର ବ୍ୟବହାର କରନ୍ତି । ଓଭାରିଆନ୍ କ୍ୟାନସର ଯେପର୍ଯ୍ୟନ୍ତ ପେଲଭିସ୍ ଏବଂ ପେଟ ପର୍ଯ୍ୟନ୍ତ ନ ବ୍ୟାପିଥାଏ ଏହାକୁ ଚିହ୍ନଟ କରିବା କଷ୍ଟକର । ଏହି ଷ୍ଟେଜରେ ଓଭାରିଆନ୍ କ୍ୟାନସର ଚିକିତ୍ସା କରିବା କଷ୍ଟକର ଏବଂ ଅତ୍ୟନ୍ତ ସାଂଘାତିକ ହୋଇଥାଏ ।

Get real time updates directly on you device, subscribe now.