fbpx

Video; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କୋଳରେ ବସି ଗେଲ କଲେ ଇଶାନ୍ କିଶନ୍; ଭିଡ଼ି ଧରି କହିଲେ- ଲଭ୍ ୟୁ…

ହାଇଦ୍ରାବାଦ: ଭାରତର ଟି-୨୦ ବିଶ୍ୱକପର ଚାମ୍ପିୟନ ହେବା ପରେ ଖେଳାଳିଙ୍କୁ ବହୁତ ପ୍ରଶଂସା ମିଳୁଛି । ବନ୍ଧୁ, ସମ୍ପର୍କୀୟ ଏବଂ ସାଥୀ ଖେଳାଳିମାନେ ନିଜ ଘରକୁ ଯାଇ ଚାମ୍ପିୟନଙ୍କୁ ଜଣାଉଛନ୍ତି ଅଭିନନ୍ଦନ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ବିଶ୍ୱ ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷରେ ରହିଛନ୍ତି ।

ଏଭଳି ସ୍ଥିତିରେ ପାଣ୍ଡ୍ୟାଙ୍କ ସାଥୀ ଖେଳାଳି ଇଶାନ କିଶନ ତାଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିନ୍ନ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହାର୍ଦ୍ଦିକଙ୍କ ଚମତ୍କାର ପ୍ରଦର୍ଶନକୁ ତାଙ୍କ ସାଥୀ ଇଶାନ କିଶନ ପ୍ରଶଂସା କରିଥିଲେ ।

ଶୁକ୍ରବାର ଇଶାନ ହାର୍ଦ୍ଦିକଙ୍କ ଘରକୁ ଯାଇ ତାଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭଲ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ । ଯାହାର ଭିଡିଓକୁ ଇଶାନ କିଶନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସେୟାର କରିଛନ୍ତି । ଭିଡିଓରେ ଉଭୟ ଖେଳାଳି ଉଷୁମ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି, ଯାହା ପରେ ଇଶାନ ମଧ୍ୟ ହାର୍ଦ୍ଦିକଙ୍କୁ ଭଲ ପାଇବାରେ ଚୁମ୍ବନ ଦେଇଥିଲେ ।

 

View this post on Instagram

 

A post shared by Ishan Kishan (@ishankishan23)

ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏହି ଭିଡିଓର କ୍ୟାପସନରେ ଇଶାନ କିଶନ ଲେଖିଛନ୍ତି- “ଗତ କିଛି ମାସ ମଧ୍ୟରେ ବହୁତ କିଛି ଭୋଗିଛ, ତଥାପି ଶାନ୍ତ ଏବଂ ଫୋକସ୍ଡ୍ ରହିଥିଲେ । ଆଉ ଆଜି ଭାଇ, ଆପଣ ଆପଣଙ୍କ କଠିନ ପରିଶ୍ରମ, ସଚ୍ଚୋଟତା ଓ ନିଷ୍ଠାର ଫଳ ପାଇଛ । କହିବାକୁ ବହୁତ କିଛି ଅଛି କିନ୍ତୁ ଶବ୍ଦ କମ୍ ପଡିଯାଉଛି । ଆପଣ ଚାମ୍ପିୟନ ଏବଂ ତୁମେ ପ୍ରଶଂସନୀୟ ।

 

Get real time updates directly on you device, subscribe now.